ଜେଲ ଗଲେ ସିନେ ପ୍ରଯୋଜକ ସଞ୍ଜୟ ନାୟକ

ଜେଲ ଗଲେ ସିନେ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ। ଗତକାଲି ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଆଉ ଆଜି ଗିରଫ ହେବା ପରେ ଜେଲ୍ ଗଲେ। ସଞ୍ଜୟଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତେବେ ଆସନ୍ତା ସୋମବାର ଜାମିନ ନେଇ ଶୁଣାଣି ହେବ। ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ପରେ ଚାରିଆଡୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ନିଜ ଆଡୁ ମାମଲା ରୁଜୁ କରି ଭୁବନେଶ୍ବର ଡିସିପିଙ୍କୁ ରିପୋର୍ଟ ତଲବ କରିଥିଲେ ରାଜ୍ୟ ମହିଳା କମିସନ।

Spread the love