ଆଜି ସହିଦ ଓଡ଼ିଆ ଯବାନଙ୍କୁ ଦିଆଯିବ ଶେଷ ବିଦାୟ

ପୁରୀ: ଆଜି ସହିଦ ଓଡ଼ିଆ ଯବାନଙ୍କୁ ଦିଆଯିବ ଶେଷ ବିଦାୟ । ଗତକାଲି ଯବାନଙ୍କ ପାର୍ଥୀବ ଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଦିଆଯାଇଥିଲା ଗାର୍ଡ ଅଫ ଅନର । ପୁରୀ ଗୋପ ବ୍ଲକର ପ୍ରତାପ ରଞ୍ଜନ ପରିଡା ମେଘାଳୟରେ ବିଏସଏଫ୍ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ । ମେଘାଳୟ ସୁରା କ୍ୟାମ୍ପରୁ ଘାଟିକୁ ଯାଉଥିବା ବେଳେ ପ୍ରାଣ ହରାଇଥିଲେ ପ୍ରତାପ । ଶୁକ୍ରବାର ରାତି ୮ଟାରେ ଘଟିଥିଲା ଅଘଟଣ । ମୃତ୍ୟୁ ଖବର ଶୁଣିବା ପରେ ଗାଁରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ । ସ୍ୱାମୀକୁ ଝୁରି ଝୁରି ବେହୋସ ହେଉଛନ୍ତି ସ୍ତ୍ରୀ ।

ଝିଅର ମଧ୍ୟ ସମାନ ଅବସ୍ଥା । ସେପଟେ ଦୁନିଆ ଦେଖିବା ପୂର୍ବରୁ ବାପାକୁ ହରାଇଛି କୁନିପୁଅ । ମେଘାଳୟ ପ୍ରଶାସନ ତରଫରୁ ମଧ୍ୟ ସହିଦଙ୍କୁ ଗାର୍ଡ ଅଫ ଅନର୍ ଦିଆଯାଇଥିବା ବେଳେ ପ୍ରତାପଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଧର୍ଯ୍ୟ ଦେଇଛନ୍ତି ନିମାପଡା ବିଧାୟକ ଓ ବିଜେପି ନେତ୍ରୀ ପ୍ରଭାତି ପରିଡା । ଆଜି ଶୋଭାଯାତ୍ରାରେ ପ୍ରତାପଙ୍କ ପାର୍ଥବ ଶରୀରକୁ ତାଙ୍କ ଗାଁକୁ ନିଆଯିବ । ପରେ ଗାଁ ମଶାଣୀରେ ଗାର୍ଡ ଅଫ୍ ଅନର୍ ଦିଆଯିବା ସହ ଅନ୍ତିମ ସଂସ୍କାର କରାଯିବ ।

Spread the love