୬ ଅସହାୟ ଭାଇ ଭଉଣୀଙ୍କ ଭାଗ୍ୟ ବଦଳାଇଦେଲା କିସ୍ ଫାଉଣ୍ଡେସନ୍‍, ନେଲା ଭରଣ ପୋଷଣର ଦାୟିତ୍ୱ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ଲହୁ୍ଣୀପଡା ବ୍ଳକ ଟାଙ୍କଯୋଡା ଗାଁର ବାପାମାଆ ଛେଉଣ୍ଡ ୬ ଭାଇ ଭଉଣୀଙ୍କୁ କିସ୍ ଫାଉଣ୍ଡେସନ୍ ହେଲା ସାହା । ଗତ ୨୧ତାରିଖରେ ଟାଙ୍କଯୋଡା ଗାଁର ଦଶରଥ ମୁଣ୍ଡାଙ୍କ ଏକ ଟ୍ରକ ଦୁର୍ଘଟଣାରେ ମୁତ୍ୟୁ ହୋଇଥିବା ବେଳେ ୨ବର୍ଷ ତଳେ ତାଙ୍କ ସ୍ତ୍ରୀ ସଞ୍ଜୁଙ୍କ ମୃତ୍ୟୁ ଘଟିଥିଲା । ବାପା ମାଆଙ୍କ ମୃତ୍ୟୁ ପରେ ତାଙ୍କର ଛୋଟ ଛୋଟ ୫ଝିଅ ଓ ଗୋଟିଏ ପୁଅ ବେସାହାରା ହୋଇପଡ଼ିଥିଲେ । କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସେମାନଙ୍କ ଅସୁବିଧା ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ ସେମାନଙ୍କୁ କିସ୍ ଫାଉଣ୍ଡେସନ୍ ପକ୍ଷରୁ ସହାୟତା କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ୬ଭାଇ ଭଉଣୀଙ୍କ ଚଳିବା ପାଇଁ ମାସିକ ୧୦ହଜାର ଟଙ୍କା ଲେଖାଏଁ ୨୦୨୪ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପ୍ରଦାନ କରାଯିବ ଏବଂ ଆସନ୍ତା ଶିକ୍ଷାବର୍ଷଠାରୁ ସେମାନେ ଯେଭଳି କିସରେ ରହି ପାଠ ପଢ଼ିପାରିବେ ସେଥିପାଇଁ କିସ୍ ଫାଉଣ୍ଡେସନ୍ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । 

Spread the love