କନ୍ଧମାଳ ଗସ୍ତରେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀଙ୍କୁ ଭେଟିଲେ

କନ୍ଧମାଳ : ଫୁଲବାଣୀରେ ସାଂସଦ ଡ. ଅଚ୍ୟୁତ ସାମନ୍ତ । କନ୍ଧମାଳ ସଂସଦୀୟ କ୍ଷେତ୍ର ସମୀକ୍ଷା କରିଛନ୍ତି । ଏହି ଅବସରରେ ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ ତାଙ୍କୁ ଭେଟିଥିଲେ । ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନେଇ ଆଲୋଚନା କରିଥିଲେ। ଏହି ଅବସରରେ ନିଜସ୍ଵ ପାଣ୍ଠିରୁ ଜଣେ ଭନ୍ନକ୍ଷମଙ୍କୁ ତିନି ଚକିଆ ସ୍କୁଟି ପ୍ରଦାନ କରିଥିଲେ ଡକ୍ଟର ଅଚ୍ୟୁତ ସାମନ୍ତ ।

ଫୁଲବାଣୀ ସରକାରୀ ସ୍ଵୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟର ସମସ୍ୟା ଓ ଉନ୍ନତି କରଣ ପାଇଁ କଲେଜର କର୍ତ୍ତୃପକ୍ଷ କନ୍ଧମାଳ ସାଂସଦଙ୍କ ସହ ଆଲୋଚନା କରିଛନ୍ତି । ଫୁଲବାଣୀ ମହାବିଦ୍ୟାଳୟକୁ ନାକ ଟିମ ପରିଦର୍ଶନ କରିବାକୁ ଥିବା ବେଳେ କଲେଜ ଅଧକ୍ଷ ସୁବାସ ଚନ୍ଦ୍ର ପ୍ରଧାନଙ୍କ ସହ କିଛି ଅଧ୍ୟାପକ ମାନ୍ୟବର ସାଂସଦଙ୍କୁ ଭେଟି ନାକ ଟିମର ପରିଭ୍ରମଣ ଓ ତତ ସଲଗ୍ନ ନଥିପତ୍ର ର ପ୍ରସ୍ତୁତି କରିବାକୁ ଆଲୋଚନା କରି ସହଯୋଗର କାମନା କରିଥିଲେ । କନ୍ଧମାଳ ସାଂସଦ ମଧ୍ୟ ସମ୍ପୂର୍ଣ ରୂପେ ସାହାଯ୍ୟର ହାତ ବଢାଇ ଭୁବନେଶ୍ୱର କିଟ୍‌ ରୁ ଏକ ଅଭିଜ୍ଞ ଦଳ ଆସି କଲେଜ କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଏହି ଅବସରରେ ଫୁଲବାଣୀ ରେଳପଥ କ୍ରିୟାନୁଷ୍ଠାନ କମିଟି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଗୋପାଳପୁର– ସମ୍ବଲପୁର ରେଳପଥ ଫୁଲବାଣୀ ଦେଇ ସମ୍ବଲପୁର ଯିବା ପାଇଁ ଦାବିକରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସାଂସଦ ଏହାକୁ ଗୁରୁତର ସହ ନେଇ ପୁଣି କେନ୍ଦ୍ର ସରକାର ଓ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ପାଖରେ ଦାବି ରଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଗୋପାଳପୁର – ସମ୍ବଲପୁର ରେଳପଥ ଫୁଲବାଣୀ ଦେଇ ଯିବା ପାଇଁ ଫୁଲବାଣୀ ରେଳପଥ କ୍ରିୟାନୁଷ୍ଠାନ କମିଟି କେନ୍ଦ୍ର ପାଖରେ ଦାବି ରଖି ଆନ୍ଦୋଳନକୁ ଓହ୍ଲାଇ ପାଇଁ ଚେତାବନୀ ଦେଇଛି ।

ବହୁ ପୂର୍ବରୁ କନ୍ଧମାଳକୁ ରେଳପଥ ଆସିବା ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ କନ୍ଧମାଳର ସାଂସଦ ହେବାପରେ କେନ୍ଦ୍ର ପାଖରେ ଦାବି କରି ଗୋପାଳପୁର – ସମ୍ବଲପୁର ରେଳ ପଥ ଫୁଲବାଣୀ ଦେଇ ସମ୍ବଲପୁର ଯିବା ପାଇଁ ବିଜ୍ଞପ୍ତି ଓ ମ୍ୟାପ ପ୍ରକାଶ ପାଇଥିଲା । କେନ୍ଦ୍ର ସରକାର ଏଥିପାଇଁ ଅନୁଦାନ ମଞ୍ଜୁର କରି ଓରିଡିଲକୁ ଦାୟିତ୍ଵ ଦେଇଥିଲେ । କିନ୍ତୁ ବର୍ତ୍ତମାନ ସେହି ରେଳପଥ ଫୁଲବାଣୀ ଦେଇ ନଯାଇ ଚକାପାଦକୁ ଛୁଇଁ ମାଧପୁରରେ ଖୋର୍ଦ୍ଧା –ବଲାଙ୍ଗିର ପଥରେ ମିଶିବା ପାଇଁ ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇବା ପରେ ଫୁଲବାଣୀ ରେଳପଥ କ୍ରିୟାନୁଷ୍ଠାନ କମିଟି ପୁଣି ଫୁଲବାଣୀ ଦେଇ ରେଳପଥ ନେବାପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ରଖିଛି ।

Spread the love