ଛତିଶଗଡ଼ ନିର୍ବାଚନ ପାଇଁ ଓଡ଼ଶା ପୁଲିସର ବ୍ୟାପକ ଧରପଗଡ଼

ଜୟପୁର: ଛତିଶଗଡ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଛି। ଗତକାଲି ଠାରୁ ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ଥାନା ଅଧିନରେ ଯାନବାହାନ ଯାଂଚକୁ ବ୍ୟାପକ କରାଯାଇଛି। ସବୁ ସୀମାନ୍ତ ଥାନା ଅଂଚଳରେ ପୁଲିସ ପକ୍ଷରୁ ହାଇଅଲର୍ଟ ଜାରୀ କରିବା ସହ  ଜିଲ୍ଲା ପୁଲିସକୁ ବ୍ୟାପକ ନିୟୋଜିତ କରି ସଂଦିଗ୍ଧ ଓ ସଂଦେହାସ୍ପଦ  ଯାନବାହନ ଗୁଡିକର ଯାଂଚ କରାଯାଇଥିଲା‌ ବୋଲି ଏସପି ଅଭିନବ ସୋନକର କହିଛନ୍ତି।

ଛତିଶଗଡ ସୀମାନ୍ତରେ ଥିବା କୋରାପୁଟ ଜିଲ୍ଲାରେ ଜିଲ୍ଲା ପୁଲିସ ପକ୍ଷରୁ ହାଇଆଲର୍ଟ ଜାରୀ କରି ବ୍ୟାପକ ଯାନବାହନ ଯାଂଚ କରାଯାଇଥିଲା। ଗତ କାଲି ଠାରୁ ଜୟପୁର, କୋଟପାଡ଼, ବୈପାରୀଗୁଡା, କୁନ୍ଦ୍ରା ଆଦି ଥାନା ଅଂଚଳରେ ବ୍ୟାପକ ଯାଂଚ କରାଯାଇଥିଲା। ଗାଡ଼ି ଗୁଡିକର ତନ୍ନତନ୍ନ ଯାଂଚ କରି ଛଡ଼ା ଯାଇଥିବା କହିଛନ୍ତି ଏସପି। ଏଭଳିକି ସୀମାନ୍ତର ନଦୀଘାଟରେ ବି ପୁଲିସକୁ ମୁତୟନ କରାଯିବା ସହ ସମସ୍ତ ସୀମାନ୍ତ ଥାନାକୁ ହାଇ ଆଲର୍ଟ ଜାରୀ କରାଯାଇଥିଲା ବୋଲି ଏସପି ଅଭିନବ୍ ସୋନକର ସୂଚନା ଦେଇଛନ୍ତି। ଗତ କାଲି ରାତିରେ କୋଟପାଡ଼, ବୈପାରୀଗୁଡା ଓ କୁନ୍ଦ୍ରାରେ ୫ଟି ମୋବାଇଲ ପାର୍ଟିଂ ଯାଂଚରେ ନିୟୋଜିତ  କରାଯାଇଥିଲା। ୧୫ଜଣଙ୍କର ଚାଳକ ଲାଇସେନସ୍ ବାତିଲ କରିବା ସହ ୪ଲକ୍ଷ ୧୮ହଜାର ଟଙ୍କାର ଜରିମାନା ଇ-ଚଳାଣ କଟାଯାଇଥିଲା। ସେଭଳି ଗତକାଲି ୩ଟି ଏସଓଜି ଅପରେସନ, ୨ଟି ବିଏସଏଫ୍ ଅପରେସନ୍ କରାଯାଇଥିଲା। ରାମଗିରୀ, ଦଣ୍ଡାବାଡ଼ି ଓ କୁମ୍ବିକାରରେ ବିଏସଏଫକୁ ଅଲର୍ଟ କରି ରଖାଯାଇଥିଲା ବୋଲି ଏସପି ସୂଚନା ଦେଇଛନ୍ତି।
Spread the love