ୟୁଟ୍ୟୁବର ରାଜୁ ଦାସଙ୍କ ନାଁରେ ସାଇବର ଥାନାରେ ଏତଲା ଦେଲା ବଜରଙ୍ଗ ଦଳ

ୟୁଟ୍ୟୁବର ରାଜୁ ଦାସଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ଦେଲା ବଜରଙ୍ଗ ଦଳ । ରାଜୁ ଦାସ ଓ ତାଙ୍କ ଚ୍ୟାନେଲ ନାଁରେ ଏତଲା ଦିଆଯାଇଛି । ହିନ୍ଦୁ ଧର୍ମକୁ ଅପମାନିତ କଲାଭଳି ଭିଡିଓ ପୋଷ୍ଟକୁ ନେଇ ଏହି ଏତଲା ଦିଆଯାଇଛି । ସାଧୁ, ସନ୍ଥ, ମହର୍ଷି ଓ ବଜରଙ୍ଗ ଦଳକୁ ଉପହାସ କଲା ପରି ସେ ଭିଡିଓ କରୁଛନ୍ତି । ଯାହା ହିନ୍ଦୁ ଧର୍ମାବଲମ୍ବୀ ବ୍ୟକ୍ତିଙ୍କ ଆସ୍ଥାକୁ ଆଘାତ ଦେଉଛି । ଥରେ କି ଦୁଇ ଥରେ ନୁହେଁ ବାରମ୍ବାର ସେ ଏଭଳି ଭିଡିଓ ପୋଷ୍ଟ କରୁଛନ୍ତି ବୋଲି ବଜରଙ୍ଗ ଅଭିଯୋଗ କରିଛି । ତୁରନ୍ତ ଉକ୍ତ ଭିଡିଓକୁ ଡିଲିଟ କରାଯିବା ସହ ରାଜୁ ଦାସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଇବର ଥାନାରେ ଦାବି କରିଛି ବଜରଙ୍ଗ ଦଳ।

Spread the love