ସମଲେଶ୍ୱରୀ ପୀଠର ହେବ ନବକଳେବର, 5T ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ କଲେ ସମୀକ୍ଷା

ସମ୍ବଲପୁର : ସମ୍ବଲପୁର ଗସ୍ତରେ ଯାଇ ମା’ ସମଲେଶ୍ୱରୀ ପ୍ରକଳ୍ପ ପରିଦର୍ଶନ ସହ ସମୀକ୍ଷା କଲେ ଫାଇଭ୍ ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ୍ l ଆଜି ସକାଳୁ ସକାଳୁ ସେଠାରେ ପହଞ୍ଚି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ପ୍ରଶାସନିକ ଅଧିକାରୀ ସହ ମଧ୍ୟ ଆଲୋଚନା କରିଛନ୍ତି । ପୀଠର ଉନ୍ନତିକରଣ ନେଇ ଅନୁଧ୍ୟାନ କରିଛନ୍ତି ଭି. କେ ପାଣ୍ଡିଆନ୍ । ମନ୍ଦିରର ଉନ୍ନତିକରଣ ନେଇ ସେବାୟତ ଓ ନିର୍ମାଣକାରୀ ସଂସ୍ଥା ସହିତ ଆଲୋଚନା କରିଛନ୍ତି । ନୂତନ ମନ୍ଦିର ବେଢା ନିର୍ମାଣ, ପାର୍କିଂ ସ୍ଥଳୀ, ପୋଡିୟମ, ଧାଡି ପରିଚାଳନା ବ୍ୟବସ୍ଥା, କ୍ଲକ ରୁମ ସହ ମନ୍ଦିର ଚାରିପାଖକୁ ସୌନ୍ଦର୍ଯ୍ୟକରଣ କରାଯାଉଛି ।ତେବେ ଆସନ୍ତା ନବବର୍ଷରେ ଶ୍ରଦ୍ଧାଳୁ ମାଁଙ୍କ ପୀଠକୁ ନୂଆଁ ରୂପରେ ଦେଖିବାକୁ ପାଇବେ ବୋଲି ଯେଉଁ ସମୟ ଧାର୍ଯ୍ୟ କରାଯାଇଛି । ତାର କାର୍ଯ୍ୟ କେତେଦୂର ଆଗେଇଛି । ସେନେଇ ସମୀକ୍ଷା କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ତେବେ ଏହି ଅବସରରେ ଭୋର ୬ଟାରେ 5T ଅଧ୍ୟକ୍ଷ ମାଁଙ୍କ ମନ୍ଦିରରେ ପହଞ୍ଚି ଦର୍ଶନ କରିଥିଲେ ।

 

Spread the love