ମିଲେଟ୍‌ ପ୍ରଦର୍ଶନୀରେ ଆଫ୍ରିକାର ବ୍ୟବସାୟୀ

ଭୁବନେଶ୍ବର: ମିଲେଟ୍‌ ପ୍ରଦର୍ଶନୀକୁ ପଶ୍ଚିମ ଆଫ୍ରିକାର ବ୍ୟବସାୟୀ ସାଇକୋ ଆମାଦୋ ଦିଆଲୋ ନିଜ ସହଯୋଗୀଙ୍କ ସହିତ ଆସିଥିଲେ। ସାଇକୋ କହନ୍ତି, ତାଙ୍କ ଦେଶରେ ବାଜରା ଚାଷ ହୁଏ ଏବଂ ଏହାର ଚାହିଦା ରହିଛି। ବର୍ତ୍ତମାନ ସ୍ଥିତି ଏଭଳି ହୋଇଛି ଯେ ଚାହିଦା ଅନୁଯାୟୀ ତାଙ୍କ ଦେଶରେ ମଧ୍ୟ ଉତ୍ପାଦନ ନାହିଁ। ତେଣୁ ଅନ୍ୟ ଦେଶରୁ ଆଣୁଛନ୍ତି। ଆନ୍ଧ୍ରପ୍ରଦେଶର ମିଲେଟ୍‌ ଗବେଷଣା କେନ୍ଦ୍ର ସହିତ ସେ ଯୋଗାଯୋଗ କରିଥିଲେ। ହାଇଦ୍ରାବାଦରୁ ସେ ୫୦ ମେଟ୍ରିକ ଟନ୍‌ ବାଜରା କିଣିବାର ଯୋଜନା କରିଛନ୍ତି। ଏହି କେନ୍ଦ୍ରର ପରାମର୍ଶରେ ଓଡ଼ିଶାରେ ଆୟୋଜିତ ଆନ୍ତର୍ଜାତୀୟ ପ୍ରଦର୍ଶନୀ ବୁଲି ଦେଖୁଛନ୍ତି। ଓଡ଼ିଶାର କିଛି ଜିଲ୍ଲାର ଚାଷୀ ବାଜରା ଚାଷ କରୁଥିବା ଜାଣିଛନ୍ତି। ସେମାନଙ୍କ ଉତ୍ପାଦନ ଦେଖିବେ।

Spread the love