ଟ୍ରାକ୍ଟ ଚାପାରେ ଜଣେ ଯୁବକର ମୃତ୍ୟୁ

ବିଷମ କଟକ: ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ପାଇକ ଡାକୁଲୁଗୁଡ଼ା ଛକ ନିକଟରେ ଟ୍ରାକ୍ଟର ଚାପାରେ ଜଣେ ଯୁବକର ମୃତ୍ୟୁ। ଓଡ଼ି-୧୮-ଏଚ-୨୭୬୬ ଟ୍ରାକ୍ଟରଟି କୁଟ୍ରାଗୋଡ଼ ନଦୀରୁ ବାଲି ବୋଝେଇ କରି ବିଷମ କଟକ ଅଭିମୁଖେ ଆସୁଥିବା ବେଳେ ପାଇକ ଡାକୁଲୁଗୁଡ଼ା ଛକ ନିକଟରେ ଯୁବକଙ୍କ ଉପରେ ମାଡି ଯାଇଥିଲା, ଯୁବକ ଜଣକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ବିଷମ କଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କର ମୃତ ଘଷଣା କରିଥିଲେ। ଯୁବକଙ୍କ ମୃତ୍ୟୁ ଖବର ଦ୍ରୁତ ବେଗରେ ଗାଁରେ ପହଞ୍ଚିବା ପରେ ପାଇକ ଡାକୁଲୁ ଗୁଡ଼ା ଅଞ୍ଚଳରେ ଶକାକୁଳ ପରିବେଶ ସୃଷ୍ଟି ହୋଇଛି। ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା ଯୁବକ ଜଣକ ହେଲେ ପାଇକ ଡାକୁଲୁଗୁଡ଼ା ସଦର ପଞ୍ଚାୟତ ହରିଜନ ସାହିର ମୋଣ୍ଟୁ ନାଗ(୨୫) ବୋଲି ସୂଚନା ମିଳିଛି। ରାସ୍ତାକଡ଼ରେ ଠିଆ ହୋଇଥିବା ସମୟରେ କୌଣସି କାରଣରୁ ବାଲି ବୋଝେଇ ଟ୍ରାକ୍ଟର ତାଙ୍କ ଉପରକୁ ମାଡି ଯାଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ଚାପା ଉତେଜନା ଦେଖା ଦେଇଛି। ଏନେଇ ମୁନିଗୁଡା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟର ଜବତ କରିବା ସହ ଏହାର ତଦନ୍ତ ଆରମ୍ଭ କରିଛି।

Spread the love