ଆଗ୍ରା : ଆଶ୍ରମରେ ଝୁଲନ୍ତା ଅବସ୍ଥାରେ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ

ଆଗ୍ରା: ଆଗ୍ରାର ଏକ ଆଧ୍ୟାତ୍ମିକ ଅନୁଷ୍ଠାନର ଆଶ୍ରମରେ ରହୁଥିବା ଦୁଇ ଭଉଣୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଉଭୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା ବୋଲି ଶନିବାର ପୁଲିସ ସୂଚନା ଦେଇଛି। ସୁଇସାଇଡ ନୋଟରେ ଆଶ୍ରମ ସହ ଜଡିତ ୩ ଜଣ ଓ ଜଣେ ମହିଳାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ କରାଯାଇଛି । ଆଶ୍ରମରେ ଟଙ୍କା ହଡ଼ପ ଓ ଅନ୍ୟାନ୍ୟ ଅନୈତିକ କାର୍ଯ୍ୟକଳାପ ଚାଲିଥିବା ଅଭିଯୋଗ ହୋଇଛି।

ସୁଇସାଇଡ୍ ନୋଟରେ ଲେଖାଯାଇଛି ଯେ ଆଶାରାମ ବାପୁଙ୍କ ଭଳି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଉ। ସୁଇସାଇଡ୍ ନୋଟ୍ ର ତଥ୍ୟ କୁ ଆଧାର କରି ପୁଲିସ ଘଟଣାର ତଦନ୍ତ କରୁଛି, ସୁଇସାଇଡ୍ ନୋଟରେ ଯେଉଁମାନଙ୍କ ନାଁ ଲେଖାଯାଇଛି ସେମାନଙ୍କୁ ପୁଲିସ ପଚରାଉଚରା କରିବ।

ମୃତ ଯୁବତୀଙ୍କ ଭାଇ ସୋନୁ କହିଛନ୍ତି ଯେ ଶୁକ୍ରବାର ରାତି ପ୍ରାୟ ୧୧ଟା ୧୫ ରେ ତାଙ୍କ ଭଉଣୀ ତାଙ୍କ ହ୍ଵାଟ୍ସଆପ୍ ରେ ଏକ ସୁଇସାଇଡ୍ ନୋଟ୍ ପଠାଇଥିଲେ, ଯାହା ପରେ ସେ ସଙ୍ଗେ ସଙ୍ଗେ ୧୩ କିଲୋମିଟର ଦୂର ଆଶ୍ରମରେ ପହଞ୍ଚି ଦୁଇ ଭଉଣୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଖବର ପାଇ ଡେପୁଟି ପୁଲିସ କମିସନର ସୋନମ କୁମାର ଘଟଣାସ୍ଥଳରେ ପହଞ୍ଚିଥିଲେ। ସୋନୁ ପୋଲିସକୁ କହିଛନ୍ତି ଯେ ସେ ଦୁଇ ଦିନ ତଳେ ଆଶ୍ରମରେ ଭଉଣୀମାନଙ୍କୁ ଭେଟିବାକୁ ଆସିଥିଲେ ଏବଂ ସେହି ସମୟରେ ସେମାନଙ୍କ କଥାବାର୍ତ୍ତାରୁ ସେ ଏପରି ପଦକ୍ଷେପ ନେଇପାରିବେ ବୋଲି କିଛି ନଥିଲା ।

Spread the love