୧୬ରେ ସରିବ ସୈନିକ ସ୍କୁଲରେ ନାମଲେଖା ପ୍ରବେଶିକା ପରୀକ୍ଷା ନିମନ୍ତେ ଅନ୍‌ଲାଇନ୍‌ ପଞ୍ଜୀକରଣ

ଭୁବନେଶ୍ୱର: ଦେଶର ୩୩ଟି ସୈନିକ ସ୍କୁଲ୍‌ରେ ଷଷ୍ଠ ଓ ନବମ ଶ୍ରେଣୀରେ ନାମ ଲେଖା ନିମନ୍ତେ ଆସନ୍ତା ୨୧ ଜାନୁଆରି ୨୦୨୪ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି ପକ୍ଷରୁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଆୟୋଜନ କରାଯାଉଛି । ପ୍ରବେଶିକା ପରୀକ୍ଷା ଦେଶର ୧୮୬ଟି ସହରରେ ଅନୁଷ୍ଠିତ ହେବ। ୮ ନଭେମ୍ବର ୨୦୨୩ ଠାରୁ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ୧୬ ଡିସେମ୍ବର ୨୦୨୩ ଶେଷ ତାରିଖ ରଖାଯାଇଛି।

ଇଚ୍ଛୁକ ଛାତ୍ରଛାତ୍ରୀ ଓ ଅଭିଭାବକ ଏନ୍‌ଟିଏ ୱେବସାଇଟ୍ https://aissee.ntaonline.in/ରେ ଆବେଦନ କରି ପଞ୍ଜୀକରଣ କରିପାରିବେ। ଭୁବନେଶ୍ୱର ସୈନିକ ସ୍କୁଲରେ ଷଷ୍ଠ ଶ୍ରେଣୀରେ ୮୦ ଛାତ୍ର, ୧୦ ଛାତ୍ରୀ ଏବଂ ନବମ ଶ୍ରେଣୀରେ ୧୫ ଛାତ୍ର ଓ ଜଣେ ଛାତ୍ରୀ ନାମ ଲେଖାଇପାରିବେ। ଷଷ୍ଠ ଶ୍ରେଣୀରେ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନ୍ୟପଟେ କୌଣସି ମାନ୍ୟତାପ୍ରାପ୍ତ ବିଦ୍ୟାଳୟରୁ ଅଷ୍ଟମ ଶ୍ରେଣୀ ଉତ୍ତୀର୍ଣ୍ଣ ୧୩ରୁ ୧୫ ବର୍ଷର ଛାତ୍ରଛାତ୍ରୀ ସୈନିକ ସ୍କୁଲରେ ନବମ ଶ୍ରେଣୀରେ ନାମ ଲେଖାଇପାରିବେ।

Spread the love