ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା

ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇ ରହିବେ ବୋଲି ଶପଥ ନେଇଥିଲେ, ଆଉ ପଛକୁ ପଛ ଚାଲିଗଲେ। ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା। ଦୀପାବଲି ଦିନ ଏକ ଦୁର୍ଘଟଣାରେ ସ୍ବାମୀ ଗୋକୁଳାଚନ୍ଦ୍ର ନନ୍ଦଙ୍କ ମୃତ୍ୟୁ ହୋଇଥିଲା। ସନ୍ଧ୍ୟା ବେଳେ ବାଇକ ଯୋଗେ ଘରକୁ ଫେରୁଥିବାବେଳେ ଅନ୍ୟ ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ଗତକାଲି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ଭାଙ୍ଗି ପଡିଥିଲେ ପୁରା ପରିବାର । ଆଉ ସ୍ବାମୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିନପାରି ସ୍ତ୍ରୀ ଅନିନ୍ଦିତା ସୁବୁଦ୍ଧି, ନେଇଥିଲେ ଚରମ ନିଷ୍ପତ୍ତି। ସ୍ବାମୀଙ୍କ ଜୁଇ ଲିଭିବା ପୂର୍ବରୁ ନିଜେ ବି ଝୁଲି ପଡି ଜୀବନ ହାରିଛନ୍ତି।

ଏପରି ହୃଦୟ ବିଦାରକ ଘଟଣା ଘଟିଛି ବେଗୁନିଆ ବୋଲଗଡ ବ୍ଲକ ବେଣାଗାଡିଆ ଗାଁରେ। ବାପା ପରେ ପରେ ମାଆକୁ ହରାଇ ଏବେ ଅନାଥ ହୋଇପଡିଛନ୍ତି ଦୁଇ ଝିଅ। ଏନେଇ ଗାଁରେ ସୃଷ୍ଟି ହୋଇଛି ଶୋକାକୂଳ ପରିବେଶ।

Spread the love