ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ୫ସି ଯୋଜନା

ଭୁବନେଶ୍ବର: ସରକାରଙ୍କ ୫ଟି ପରେ ଏବେ ୫ସି ଯୋଜନା। ମୋ ସ୍କୁଲ ଅଭିଯାନର ୫ସି ହେଉଛି ଏକ ଅଂଶବିଶେଷ ହୋଇଥିବା ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ଅଶ୍ବଥୀ. ଏସ। ଏହା କୌଣସି ନୂଆ ସ୍କିମ୍ ହୋଇନଥିବା ବେଳେ ଏହା ଏକ ନୂତନ ଚିନ୍ତାଧାରା, ଯାହା ମାଧ୍ୟମରେ ବିଦ୍ୟାଳୟ, ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସମେତ ବିଭିନ୍ନ ଆଲୁମିନି ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା। ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ମୋଟିଭେଟ୍ କରାଯିବ।

୫ସି ହେଲା-କମ୍ୟୁନିଟି, କନେକ୍ଟ,  କୋଲାବରେସନ, କ୍ରିଏଟ ଓ କୋପରେସନ। ମୋ ସ୍କୁଲ କାର୍ଯ୍ୟକ୍ରମର ଏହା ଅନ୍ତର୍ନିହିତ ଅଂଶ। ବର୍ତ୍ତମାନ ମଧ୍ୟ ରାଜ୍ୟର ସମସ୍ତ ବିଦ୍ୟାଳୟରେ ୫ସି ଅଧୀନରେ କାମ ଚାଲୁଛି। ଆସନ୍ତା ବର୍ଷ ଏହାକୁ ଅଧିକ ବ୍ୟାପକ କରାଯିବା ସହ ଏନେଇ ସମସ୍ତଙ୍କୁ ଜଣାଇ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ସୂଚନା ଦେଇଛନ୍ତି।

Spread the love