ଛେଳିକୁ ଦୁଷ୍କର୍ମ, ନ୍ୟାୟ ପାଇଁ ଥାନାରେ ଅଭିଯୋଗ କଲେ ମହିଳା

ମଣିଷ ତ ମଣିଷ ପଶୁଙ୍କୁ ବି ଛାଡ଼ୁ ନାହାନ୍ତି । ଶରୀରର ଭୋକ ଏତେ ବଢ଼ି ଯାଉଛି ଯେ ନିଜକୁ ସମ୍ଭାଳି ପାରୁ ନାହାନ୍ତି । ଆଉ ସୁଯୋଗ ପାଇଲେ ପଶୁଙ୍କୁ ବି ମାଡ଼ି ବସନ୍ତି କିଛି ମଣିଷ ରୂପୀ ରାକ୍ଷସ । ନିଜ ଶରୀରର ଭୋକକୁ ମେଣ୍ଟାଇବା ପାଇଁ ଅତି ନିମ୍ନସ୍ଥରକୁ ଚାଲି ଯାଉଛି ଏ ରାକ୍ଷସ । ପାଶବିକ ପ୍ରବୃତିରେ ଭରି ଯାଇଛି ରକ୍ତର ପ୍ରତ୍ୟେକ ବୁନ୍ଦା । ପଶୁ ଠୁ ବି ବି ହୀନ ହୋଇଗଲାଣି ଏ ମଣିଷ । ନିଜ ସ୍ୱାର୍ଥ ପାଇଁ କିଛି ବି କରିଯାଉଛି ଏ ମଣିଷ । ଆପଣ ହୁଏତ ଆମର ଏ କଥାକୁ ବୁଝି ପାରୁ ନଥିବେ । କିନ୍ତୁ ଆମେ ଆପଣଙ୍କୁ ଆଜି ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ଜାଣିଲେ ଆପଣ ନିଜ ମୁଣ୍ଡରେ ହାତ ଦେଇ ବସିବେ । କାରଣ ଜଣେ ଯୁବକ ନିଜ ଶରୀରର ଭୋକ ମେଣ୍ଟାଇବାକୁ ଯାଇ ଛେଳି ସହ କରିଛି ଦୁଷ୍କର୍ମ ।

ବାଲେଶ୍ବର ଜିଲା ଖଇରା ଥାନା ଅଧିନ ଗଳଗାଁ ଗ୍ରାମରେ ଜଣେ ଅନୁସୂଚିତ ଜନଜାତିର ଯୁବକ ଛେଳି ମାନଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ଅଭିଯାଗରେ ଛେଳି ରଖିଥିବା ମହିଳା ପ୍ରମିଳା ବେହେରା ମଙ୍ଗଳବାର ରାତିରେ ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଭଳିକି ଦୁଷ୍ମର୍ମ ହୋଇଥିବା ଏକ ଛେଳିକୁ ସାଙ୍ଗରେ ଧରି ଖଇରା ଥାନାର ଦ୍ବାରସ୍ଥ ହୋଇଥିଲେ ମହିଳା । ବର୍ତ୍ତମାନ ଏଭଳି ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଅଭିଯୋଗ ଅନୁଯାୟୀ ମହିଳାଙ୍କ ଦିଅର ବିଦେଶରେ ରୁହନ୍ତି । ତେଣୁ ସେ ତାଙ୍କ ଘରର ଦେଖାଶୁଣା କରିବା ପାଇଁ ନିଜ ଘରେ ବୁଧୁ ନାମକ ଆଦିବାସୀ ଯୁବକକୁ ରଖିଥିଲେ । ତାଙ୍କର ଜଣେ ଦିଅରଙ୍କ ଘରେ ରହି ଘର ଦେଖାଶୁଣା କରେ । ଆଉ ସୁଯୋଗ ପାଇ ଛେଳିଙ୍କୁ କରୁଥିଲା ଦୁଷ୍କର୍ମ । ତେବେ ପୂର୍ବରୁ ମଧ୍ୟ ମହିଳାଙ୍କର ୧୦ଟି ଛେଳି ସହ ଏଭଳି ଖରାପ ଆଚରଣ କରିଥିବା ଅଭିଯୋଗ ହୋଇଛି । ଘଟଣା ଧରା ପଡିବା ପରେ ତାକୁ ଗାଁ ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ପରେ ଜରିମାନା ଦେଇ ଆଉ ଏଭଳି କାର୍ଯ୍ୟ ନକରିବାକୁ ପ୍ରତିଶୃତି ଦେଇଥିଲା ଅଭିଯୁକ୍ତ । କିନ୍ତୁ ପୁଣି ଥରେ ରବିବାର ଏହି ଘଟଣାର ପନରାବୃତ୍ତି ହୋଇଛି । ଏଭଳି ଅଭିଯୋଗ ନେଇ ମହିଳା ଜଣଙ୍କ ନ୍ୟାୟ ପାଇଁ ଥାନାକୁ ଆସିଥିବାର ଦେଖାଯାଇଛି । ବର୍ତ୍ତମାନ ଖଇରା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମହିଳା ଜଣଙ୍କ ଗରିବ ହୋଇଥିବାରୁ କିଛି ଛେଳି ରଖି ଗୁଜୁରାଣ ମେଣ୍ଟାଉଛନ୍ତି । କିନ୍ତୁ ତାଙ୍କ ଛେଳି ସହ ଏଭଳି ଅସଦାଚରଣ ହେବା ପରେ ସେ କେତେ ବା ଆଉ ସହିଥାନ୍ତେ । ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଛନ୍ତି ଏବଂ ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି ।

Spread the love