‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ସେମି-ଫାଇନାଲ୍‌: ଟସ୍‌ ଜିଣି ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷରେ ବ୍ୟାଟିଙ୍ଗ୍‌ କରୁଛି ଦକ୍ଷିଣ ଆଫ୍ରିକା

କୋଲ୍‌କାତା: ଆଜି କୋଲ୍‌କାତାସ୍ଥିତ ‘ଇଡେନ୍‌ ଗାର୍ଡେନ୍‌’ରେ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ର ଦ୍ବିତୀୟ ସେମି-ଫାଇନାଲ୍‌ରେ ‘ଟସ୍‌’ ଜିଣିବା ପରେ ଦକ୍ଷିଣ ଆଫ୍ରିକା ଟିମ୍‌ର ଅଧିନାୟକ ତେମ୍ବା ବାବୁମା ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷରେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଦ୍ୟତମ ସୂଚନା ଅନୁସାରେ, ୨.୩ ଓଭର୍‌ ଖେଳି ୧ ୱିକେଟ୍‌ ହରାଇ ଦକ୍ଷିଣ ଆଫ୍ରିକା ୩ ରନ୍‌ ସଂଗ୍ରହ କରିଛି। ମିସେଲ୍‌ ଷ୍ଟାର୍କଙ୍କ ବଲ୍‌ରେ ତେମ୍ବା ବାବୁମା ୱିକେଟ୍‌ରକ୍ଷକ ଜସ୍‌ ଇଙ୍ଗ୍‌ଲିସ୍‌ଙ୍କଦ୍ବାରା କ୍ୟାଚ୍‌ ଆଉଟ୍‌ ହୋଇଯାଇଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପେନିଙ୍ଗ୍‌ ଯୋଡ଼ି ଭାବେ ଖେଳୁଥିଲେ କ୍ବିଣ୍ଟନ୍‌ ଡି କକ୍‌ ଓ ତେମ୍ବା ବାବୁମା। ଏବେ ବାବୁମାଙ୍କ ସ୍ଥାନରେ ଖେଳୁଛନ୍ତି ରେସି ଭାନ୍‌ ଡର୍‌ ଦୁସେନ୍‌। ଅଷ୍ଟ୍ରେଲିଆ ପକ୍ଷରୁ ବୋଲିଙ୍ଗ୍‌ କରୁଛନ୍ତି ମିସେଲ୍‌ ଷ୍ଟାର୍କ ଓ ଜସ୍‌ ହେଜେଲ୍‌ ଉଡ୍‌। ଆଜି ଦକ୍ଷିଣ ଆଫ୍ରିକା ଏକାଦଶରେ ଖେଳୁଛନ୍ତି, କ୍ବିଣ୍ଟନ୍‌ ଡି କକ୍‌ (ୱିକେଟ୍‌ରକ୍ଷକ), ତେମ୍ବା ବାବୁମା (ଅଧିନାୟକ), ରେସି ଭାନ୍‌ ଡର୍‌ ଦୁସେନ୍‌, ଏଡେନ୍‌ ମାର୍କରମ୍‌, ହିନ୍‌ରିଚ୍ କ୍ଲାସେନ୍‌, ଡେଭିଡ୍‌ ମିଲର୍‌, ମାର୍କୋ ଜାନ୍‌ସେନ୍‌, କେଶବ ମହାରାଜ, ଜେରାଲ୍ଡ୍‌ କୋଟିଜି, କାଗିସୋ ରାବାଦା ଓ ତାବ୍ରେଜ୍‌ ଶାମ୍‌ସି।

ସେହିପରି, ଅଷ୍ଟ୍ରେଲିଆ ଏକାଦଶରେ ଖେଳୁଛନ୍ତି, ଟ୍ରେଭିସ୍‌ ହେଡ୍‌, ଡେଭିଡ୍‌ ୱାର୍ଣ୍ଣର୍‌, ମିସେଲ୍‌ ମାର୍ସ, ଷ୍ଟିଭେନ୍‌ ସ୍ମିଥ୍, ମାର୍ଣ୍ଣସ୍‌ ଲାଗୁସେନି, ଗ୍ଲେନ୍‌ ମ୍ୟାକ୍ସ‌ୱେଲ୍‌, ଜସ୍‌ ଇଙ୍ଗ୍‌ଲିସ୍‌ (ୱିକେଟ୍‌ରକ୍ଷକ), ପ୍ୟାଟ୍‌ କ୍ୟୁମିନ୍‌ସ୍‌ (ଅଧିନାୟକ), ମିସେଲ୍‌ ଷ୍ଟାର୍କ, ଆଦାମ ଜାମ୍ପା ଓ ଜସ୍‌ ହେଜେଲ୍‌ଉଡ୍‌।

Spread the love