କମଳାଙ୍ଗରେ ୩୫ଟିକିଆ ହାତୀପଲ, ଆତଙ୍କରେ ଗ୍ରାମବାସୀ

ଢେଙ୍କାନାଳ ସଦର ରେଞ୍ଜ ଅଞ୍ଚଳ କମଳାଙ୍ଗରେ ୩୫ଟିକିଆ ହାତୀପଲ ଆତଙ୍କ। ଏତେ ସଂଖ୍ୟାରେ ହାତୀ ଆସିବା ପରେ କମଳାଙ୍ଗ ବାସିନ୍ଦା ଭୟଭୀତ। ପର୍ଜଙ୍ଗ ପଟୁ ବ୍ରାହ୍ମଣୀ ନଦୀ ପାରହୋଇ କମଳାଙ୍ଗ, ମଙ୍ଗଳପୁର ଗାଁ ନିକଟରେ ରହିଛନ୍ତି ହାତୀପଲ।ଚାଷ ଜମିରେ ପାଚିଲା ଧାନ ଥିବାରୁ ଫସଲ ନଷ୍ଟ ହେବା ଭୟରେ ଆତଙ୍କିତ ଅଛନ୍ତି ଗ୍ରାମବାସୀ। ହାତୀ ପଲକୁ ଘଉଡାଇବା ପାଇଁ ଗ୍ରାମବାସୀମାନେ ବନ ବିଭାଗକୁ ଅନୁରୋଧ କରିଛନ୍ତି। ଗାଁରେ ଏଲିଫାଣ୍ଟ ସ୍କ୍ବାଡ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ନଜର ରଖିଛି।

Spread the love