କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ମଡ୍ୟୁଲାର ଓଟି, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ମଡ୍ୟୁଲାର ଓଟି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଏଥିରେ ଅତ୍ୟାଧୁନିକ ଚିକିତ୍ସା ସରଞ୍ଜାମର ବ୍ୟବସ୍ଥା ରହିଛି। ଏଥିରେ ଏକ ସାଙ୍ଗରେ ୮ ଜଣଙ୍କର ଅସ୍ତ୍ରୋପଚାର ହୋଇପାରିବ, ଯାହା ଓଟି ମଧ୍ୟରେ କୋରିଆନ ଡିଜାଇନରେ ହୋଇଛି ପ୍ରସ୍ତୁତି। ଏଠାରେ ରହିଛି ଅତ୍ୟାଧୁନିକ ଚିକିତ୍ସା ସରଞ୍ଜାମର ବ୍ୟବସ୍ଥା। ଏହି ଓଟି ମଧ୍ୟ ସମସ୍ତ ଜିନିଷ ପ୍ରାୟ ଫିଙ୍ଗର ପ୍ରିଣ୍ଟ ଦ୍ବାରା ସ୍କାନ୍‌ରେ କାର୍ଯ୍ୟ କରିଥାଏ।
ଓଟି ନେଇ କ୍ୟାପିଟାଲ ହସ୍‌ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, ଏହା ହେଉଛି ୧ ମହଲା ବିଶିଷ୍ଟ ଘରେ ୭ଟି ଗୃହ ରହିଛି। ୫ଟି ଗୃହରେ ରହିଛି ମଡୁଲାର ଓଟି ଏବଂ ବାକି ୨ଟି ଗୃହରେ ରହିଛି ଅସ୍ତ୍ରୋପଚାର ପରବର୍ତ୍ତୀ ସମୟରେ ଅବଜରବେସନ ଗୃହ। ଏହା ଦ୍ବାରା ଅନେକ ଜଟିଳ ଅସ୍ତ୍ରୋପଚାର ପାଇଁ ଆସୁଥିବା ରୋଗୀମାନଙ୍କୁ ଆଉ ଅନ୍ୟ ହସ୍ପିଟାଲକୁ ରେଫର କରାଯିବ ନାହିଁ। ଏହା ଦ୍ବାରା ରେଫରାଲ ସଂଖ୍ୟା ମଧ୍ୟ ହ୍ରାସ ପାଇବ। ତେବେ ଏହି ଅତ୍ୟାଧୁନିକ ଓଟି ପାଇଁ ଖର୍ଚ୍ଚ ହୋଇଛି ୧୬.୭୬ କୋଟି ଟଙ୍କା। ରାଜ୍ୟ ସରକାର ୧୫.୩୪ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବିମାନବନ୍ଦର ପ୍ରାଧିକରଣ ଔଦାଗୀୟ ସାମାଜିକ କର୍ତ୍ତବ୍ୟ ପାଣ୍ଠି ରୁ ୧.୪୨ କୋଟି ଟଙ୍କା ପ୍ରଦାନ କରାଯାଇଛି।

Spread the love