କିଟ୍‌ରେ ସାଇନ୍ସ, ଆପ୍ଲାଏଡ କେମିଷ୍ଟ୍ରିରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର : ସ୍ଥାୟିତ୍ବ ପାଇଁ ଇଣ୍ଟରଡିସିପ୍ଲିନାରୀ । ଆଜି କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ସାଇନ୍ସ, ଆପ୍ଲାଏଡ କେମିଷ୍ଟ୍ରିରେ ସ୍ମାର୍ଟ ସାମଗ୍ରୀର ଅଭ୍ୟୁଦୟ ଉପରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ଭାରତୀୟ ଫଟୋ ବାୟୋଲୋଜି ସୋସାଇଟି ଆଞ୍ଚଳିକ ଆୟୋଜକ କମିଟିର ହୀରକ ଜୟନ୍ତୀ ଉତ୍ସବର ଏକ ଅଂଶ ଭାବରେ ଏହି ସମ୍ମିଳନୀ ଆୟୋଜନ କରାଯାଇଛି।୩ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ NISER, IISER-Kolkata, IISER-Bhopal, IISER-Berhampur, CSIR-IMMT, CDRI, Jadavpur University, Utkal ବିଶ୍ବବିଦ୍ୟାଳୟ, Berhampur ବିଶ୍ବବିଦ୍ୟାଳୟ, IIT Delhi, IIT Roopar, IIT ଭୁବନେଶ୍ୱର, IIT କାନପୁର ଆଦି ଅନୁଷ୍ଠାନରୁ ବିଶିଷ୍ଟ ଗବେଷକ, ଶିକ୍ଷାବିତ୍‌ମାନେ ଯୋଗଦେଇ ରସାୟନ ବିଜ୍ଞାନର ଶିକ୍ଷା ଓ ଗବେଷଣା ଉପରେ ଆଲୋଚନା କରିବେ।

ଏଥିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗଦେଇ ରସାୟନର ଅଧିକ ଗବେଷଣା ଉପରେ ମତ ରଖିଥିଲେ। ଇଣ୍ଡିଆନ୍ ଫୋଟୋ ବାଈଓଲୋଜି ସୋସାଇଟି ପକ୍ଷରୁ କିଟ୍ ଏବଂ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଡାଇମଣ୍ଡ ଯୁବୁଲି ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିସହ ବିଏଆରସିର ପୂର୍ବତନ ବୈଜ୍ଞାନିକ ପଦ୍ମଶ୍ରୀ ପ୍ରଫେସର ଜେ.ପି ମିତ୍ତଲଙ୍କୁ ଜୀବନବ୍ୟାପି ସଫଳତା ପୁରସ୍କାର ପ୍ରଦାନ କରାଯାଇଥିଲା।

Spread the love