ବିଶ୍ୱକପ୍ ଫାଇନାଲରେ ପୁଣି ଚମକିଲେ ବିରାଟ । ୫୬ ବଲରେ ୫୦ ରନ କରି କରୁଛନ୍ତି ବ୍ୟାଟିଂ

ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟଡିୟମରେ ଚାଲିଛି ବିଶ୍ୱକପର ଫାଇନାଲ ମ୍ୟାଚ୍ । ଭାରତ ପ୍ରଥମେ ବ୍ୟାଟିଂ କରୁଛି । ଏହି କ୍ରମରେ ଭାରତ ୩ ୱିକେଟ ହରାଇ ୨୬ ଓଭରରେ ୧୩୫ ରନ କରିଛି । ହେଲେ ଅନ୍ୟ ସମସ୍ତ ମ୍ୟାଚ୍ ଭଳି ଏହି ମ୍ୟାଚରେ ମଧ୍ୟ ବିରାଟ କୋହଲି ନିଜର ଚମତ୍କାର ଦେଖାଇଛନ୍ତି । ଦଳ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରୁଥିବା ବେଳେ ବିରାଟ ଧର୍ଯ୍ୟର ସହ ବ୍ୟାଟିଂ କରି ୫୬ ବଲରେ ୫୦ ରନ କରିଛନ୍ତି । ତାଙ୍କ ସହିତ ବ୍ୟାଟିଂ କରୁଛନ୍ତି କେ ଏଲ ରାହୁଲ । ରାହୁଲ ୬୨ ବଲ ଖେଳି ୩୨ ରନ କରିଛନ୍ତି । ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବା ପରେ ପ୍ରଶଂସକମାନେ ଚିନ୍ତାରେ ଅଛନ୍ତି ।

Spread the love