ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡିର ବିଧାନସଭା ଉପବାଚସ୍ପତି ପ୍ରାର୍ଥୀ ସାଲୁଗା ପ୍ରଧାନ

ଭୁବନେଶ୍ବର: ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ବିଜେଡିର ବିଧାନସଭା ଉପବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି। ସେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। କନ୍ଧମାଳ ଜିଲ୍ଲାର ଆଦିବାସୀ ଚେହେରା ସାଲୁଗା ପ୍ରଧାନଙ୍କ ନାଁ ଘୋଷଣା କରି ବିଜେଡି ଖେଳିଛି ଆଦିବାସୀ କାର୍ଡ। ସାଲୁଗା ପ୍ରଧାନ ହେଉଛନ୍ତି ଓଡ଼ିଶା ବିଧାନସଭାର ଦୁଇ ଦୁଇ ଥରର ବିଧାୟକ। ବିଜେଡି ଟିକେଟରୁ ସେ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି। ଜି. ଉଦୟଗିରି ବିଧାନସଭା ଆସନରୁ ସେ ପ୍ରଥମେ ୨୦୦୦ ମସିହାରେ ଏବଂ ଏହାପରେ ୨୦୧୯ ମସିହାରେ ନିର୍ବାଚିତ ହୋଇଛନ୍ତି। ତେବେ ରଜନୀକାନ୍ତ ସିଂଙ୍କ ଇସ୍ତଫା ପରେ ଏବେ ଉପବାଚସ୍ପତି ପଦ ଖାଲି ପଡ଼ିଛି। ତେଣୁ ଆସନ୍ତା ଶୀତ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଆସନ୍ତାକାଲି ଉପବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

Spread the love