ଏସବୁ ପ୍ରସଙ୍ଗ ଗୃହରେ ଉଠାଇବ ବିଜେପି

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ (ମଙ୍ଗଳବାର) ଷୋଡ଼ଶ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଡିସେମ୍ବର ୩୦ ତାରିଖ ଯାଏ ଏହି ଅଧିବେଶନ ଚାଲିବାକୁ ଥିବାବେଳେ ମୋଟ୍‌ ୩୦ଟି କାର୍ଯ୍ୟ ଦିବସ ରହିଛି। ଆଉ ବିଧାନସଭାରେ ଶାସକ ଦଳକୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ପାଇଁ ବିରୋଧୀ ବିଜେପି ଆଜି ବିଧାୟକ ଦଳ ବୈଠକ ଡ଼କାଇଥିଲା । ଗୃହରେ ବିଜେପି ରତ୍ନ ଭଣ୍ଡାର ଓ ଚାରିଦ୍ୱାର ଖୋଲିବା, ଆଦିବାସୀଙ୍କ ଜମି ହଡ଼ପ ,ସରକାରୀ ଦଳର ବିଧାୟକଙ୍କ ଇଙ୍ଗିତରେ ଥାନାକୁ ଭାଙ୍ଗିବା,ଆମ ଓଡ଼ିଶା ନବୀନ ଓଡ଼ିଶାରେ ଦୁର୍ନୀତି, ନାରୀ ନିର୍ଯାତନା, ପିସି କାରବାର, ଆଇନଶୃଙ୍ଖଳା, ଶିକ୍ଷା , ସ୍ବାସ୍ଥ୍ୟ , ଚାଷୀ ଆତ୍ମହତ୍ୟା , ଧାନମଣ୍ଡି ସମସ୍ୟା ,ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି, ଦରଦାମ ସହ ଲୋୟର ପିଏମଜି ରେ ବସିଥିବା ସମସ୍ତ ସଂଗଠନର ଦାବିକୁ ଗୃହରେ ଉଠାଇବ ବିଜେପି ।

ଲୋକ ପ୍ରତିନିଧିଙ୍କ କ୍ଷମତା କ୍ଷୁର୍ଣ୍ଣ କରି ଆମ ଓଡ଼ିଶା ନବୀନ ଓଡ଼ିଶା ମଧ୍ୟରେ ଦଳୀୟ ପାଣ୍ଠି ଯୋଗାଡ କରିବାରେ ଲାଗିଛି ଶାସକ ଦଳ । ନିଦା ବିଷ୍ଣୁ ପାଲଟି ସରକାର ରାଜ୍ୟବାସୀଙ୍କୁ ଭୁଆ ବୁଲାଉଛି ବିଜେଡି ଭଳି ଅଭିଯୋଗ କରିଛି ଦଳ । ଏ ଲମ୍ବା ଅଧିବେଶନରେ ସମସ୍ତ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କଠୁ ଜବାବ ମାଗିବ ଦଳ। ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ ଗୃହ କାର୍ଯ୍ୟରେ ବିଜେପି ସବୁବେଳେ ସହଯୋଗ କରିଆସିଛି ଆଉ ଆଗକୁ ମଧ୍ୟ କରିବ। ଏଥିରେ ଦ୍ବିମତ ନାହିଁ। ସରକାରୀ ଦଳ ହିଁ ବିଧାନସଭାକୁ ଅଚଳ କରିବା ପାଇଁ ଯୋଜନା କରୁଛି।

Spread the love