ମା’କୁ ଫୋନ୍‌ରେ କହି ଜୀବନ ହାରିଲା ପୁଅ

ବଡ଼ଗାଁ: ମା’ ମୋତେ ଆଉ ଦୁନିଆରେ ରହିବାକୁ ଭଲ ଲାଗୁନି ‘ମୋର ଦେହ ବି ଭଲ ଲାଗୁନି। ମୁଁ ଆଉ ବଞ୍ଚିବିନି’ ଏହା ଥିଲା ମା’ ପାଖକୁ ପୁଅର ଶେଷ ଫୋନ କଲ। ଏହା ପରେ ସେ ଆତ୍ମହତ୍ୟା କରିଥିଲେ। ଏହିପରି ଏକ ଅଭାବନୀୟ ଘଟଣା ବଡ଼ଗାଁ ଅଞ୍ଚଳରେ ଆଲୋଡ଼ନ ସୃ୍ଷ୍ଟି କରିଛି। ବଡ଼ଗାଁର ବାସିନ୍ଦା ବିବେକ ସିଂଙ୍କର ମୃତଦେହ ଆଜି ସଫେଇ ନଦୀ ନିକଟରୁ ଉଦ୍ଧାର ହୋଇଛି। ମୃତଦେହ ନିକଟରୁ ତାଙ୍କର ମୋଟରବାଇକ୍‌ଟି ମଧ୍ୟ ନିକଟରୁ ମିଳିଛି। ସେ ଗତ କିଛିଦିନରୁ ଏକ ବୁଲେଟ୍‌ ମୋଟର ସାଇକେଲ ଆଣି ବଡ଼ଗାଁ ଅଂଚଳରେ ବୁଲାବୁଲି କରୁଥିଲେ। ଆଜି ସକାଳୁ ବାଇକ ନେଇ ଘରୁ କୁଆଡ଼େ ବାହାରି ଯାଇଥିଲେ। ମଧ୍ୟାହ୍ନରେ ମା’ଙ୍କ ମୋବାଇଲ୍‌କୁ ଫୋନ କରିଥିଲେ। ସ୍ଥାନୀୟ ଲୋକେ ତାଙ୍କର ମୋଟର ସାଇକେଲ ଦେଖି ତାଙ୍କ ବାପା ବିଜୁଳି ବିଭାଗର ଲାଇନମ୍ୟାନ ବିଶ୍ୱନାଥ ସିଂଙ୍କୁ ଖବର ଦେଇଥିଲେ। ସେ ଯିବା ପରେ ଏକ ବୁଦା ତଳେ ବିବେକ ପଡ଼ିଥିବା ଦେଖିଥିଲେ। ମାତ୍ର ସେତେବେଳେ ବିବେକଙ୍କର ମୃତ୍ୟୁ ହୋଇସାରିଥିଲା। ପୁଲିସ ସୂଚନା ପରେ ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତନାଘନା ଚଳାଇଥିବା ପ୍ରକାଶ। ପ୍ରାଥମିକ ତଦନ୍ତରୁ ମାତ୍ରାଧିକ ନିଶା ବଟିକା ଖାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

Spread the love