ଫିଟୁଛି ମୁକୁଳିବାର ବାଟ; ଆଉ ମାତ୍ର ୪ ମିଟର ଦୂରରେ ୪୧ ଜୀବନ

ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡ଼ିବାରୁ ନଭେମ୍ବର ୧୨ ତାରିଖରୁ ତା’ ଭିତରେ ଫସି ରହିଛନ୍ତି ୪୧ ଜଣ ଶ୍ରମିକ । ୪ ମିଟର ଦୂରରେ ୪୧ ଜୀବନ । ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ଆଉ ମାତ୍ର ୪ ମିଟର ରହିଛି । ଆଉ କିଛି ଘଣ୍ଟା ଭିତରେ ସେମାନଙ୍କ ନିକଟରେ ପହଞ୍ଚିବେ NDRFର ଉଦ୍ଧାରକାରୀ ଟିମ୍ । ଏହି ସୂଚନା ଦେଇଛନ୍ତି ପିଏମଓର ପୂର୍ବତନ ପରାମର୍ଶଦାତା ଭାସ୍କର କୁଲବେ । ସେ କହିଛନ୍ତି, ଡ୍ରିଲିଂ କରିବା ବେଳେ ବାଟରେ ଏକ ଲୁହା ଛଡ ପଡ଼ିଥିଲା । ତେଣୁ ଖନନ ବନ୍ଦ କରାଯାଇଥିଲା । ଗ୍ୟାସ କଟରରେ ତାକୁ କାଟି ହଟାଯାଇଛି । ଏହା ପରେ ପୁଣି ଡ୍ରିଲିଂ କାମ ଆରମ୍ଭ ହୋଇଛି । ତେଣୁ ଆଶା କରାଯାଉଛି ଖୁବ୍‌ଶୀଘ୍ର ଶ୍ରମିକଙ୍କ ନିକଟରେ ପହଞ୍ଚିବେ ଉଦ୍ଧାରକାରୀ ଟିମ୍ ।

ସବୁ ପ୍ରକାର ସାହାଯ୍ୟ କରିବାକୁ ଦିଲ୍ଲୀରୁ ଆସିଛନ୍ତି ୱେଲଡିଂ ଏକ୍ସପର୍ଟ । ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡ଼ିବାରୁ ନଭେମ୍ବର ୧୨ ତାରିଖରୁ ତା’ ଭିତରେ ଫସି ରହିଛନ୍ତି ୪୧ ଜଣ ଶ୍ରମିକ । ସେମାନଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଶ୍ରମିକ ମଧ୍ୟ ଫସିଛନ୍ତି ।

ଟନେଲରେ ଫସିଥିବା ଶ୍ରମିକଙ୍କ ସହ କଥା ହୋଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ଭିତରେ ସେମାନେ କେମିତି ଅଛନ୍ତି, ସେମାନଙ୍କ ସ୍ୱାସ୍ଥ୍ୟ କିପରି ରହିଛି, ସେନେଇ ଶ୍ରମିକଙ୍କ ସହ କଥା ହୋଇ ପଚାରି ବୁଝିଛନ୍ତି । ଏଥିସହ ଖୁବଶୀଘ୍ର ସେମାନଙ୍କୁ ସୁଡଙ୍ଗରୁ ସୁରକ୍ଷିତ ବାହାର କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରମିକଙ୍କ ମନୋବଳ ବି ବଢାଇଛନ୍ତି । ୧୨ ଦିନ ଧରି ଟନେଲ ଭିତରେ ଫସିଥିବା ଶ୍ରମିକଙ୍କ ମୁକ୍ତି ନେଇ ସାରା ଦେଶ ପ୍ରାର୍ଥନା କରୁଥିବା ଶ୍ରମିକଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ।

Spread the love