ଯୌତୁକ ପାଇଁ ବଧୂ ହତ୍ୟା: ଅଭିଯୋଗ କଲେ ପରିବାର ଲୋକେ

ଯୌତୁକ ପାଇଁ ମାରିଦେଲେ। ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ବୁଢାବାରି ଗାଁରେ ବଧୂ ହତ୍ୟା ଅଭିଯୋଗ। ମୃତ ମହିଳା ରଶ୍ମିତା ମଲିକ। ଅଭିଯୋଗ ପ୍ରକାରେ ଗତ ୩ ବର୍ଷ ପୂର୍ବରୁ ବୁଢାବାରି ଗାଁର ଦିପୁ ବାରିକଙ୍କୁ ବୈଦିକ ରୀତିରେ ବିବାଦ କରିଥିଲେ ରଶ୍ମିତା । ତେବେ ଅଧିକ ଯୌତୁକ ଦାବି କରି ଶାଶୁ ଘର ଲୋକେ ଏଭଳି ହତ୍ୟାକାଣ୍ଡ ଘଟାଇଛନ୍ତି ବୋଲି ମୃତ ମହିଳାଙ୍କ ବାପଘର ପକ୍ଷରୁ ଅଭିଯୋଗ ହୋଇଛି । ଖବର ପାଇ ତାରାସିଙ୍ଗି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଭଂଜନଗର ମେଡିକାଲରେ ମୃତଦେହକୁ ବ୍ୟବଚ୍ଛେଦ କରି ଘଟଣାର ତଦନ୍ତ ଚଳାଇଛି ।

Spread the love