ଜଗନ୍ନାଥ ଭକ୍ତଙ୍କ ସପକ୍ଷରେ କହିଲେ ବିଜେଡିକୁ ବାଧୁଛି କାହିଁକି ?

ଓଡ଼ିଆ ଅସ୍ମିତା, ଓଡିଆ ଭାଷା, ଓଡିଆ ମାନଙ୍କ ପାଇଁ ସଦା ସର୍ବଦା କହି ଆସୁଥିବା ବ୍ୟକ୍ତି ହେଲେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଶ୍ରୀ ହରିଚନ୍ଦନ ମହୋଦୟ ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନେ ଭୋଗୁଥିବା ଅସୁବିଧା ଉପରେ ନିଜର ଉଦବେଗକୁ ଜଣେ ଓଡ଼ିଆ ଭାବରେ ପ୍ରକାଶ କରିଥିଲେ । ଶ୍ରୀମନ୍ଦିର ପରିଚାଳନାରେ ତ୍ରୁଟି ପାଇଁ ଯଦି ଜଣେ ଓଡିଆ ଭାବରେ ସେ କିଛି କହିଲେ ଏହା ବିଜୁ ଜନତା ଦଳର ମୁଖପାତ୍ରଙ୍କୁ ବାଧୁଛି କାହିଁକି । ଏହା ତାଙ୍କର ଜଗନ୍ନାଥ ବିରୋଧୀ ମାନସିକତା ନୁହେଁ ତ ବୋଲି ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।

ଓଡ଼ିଶାରେ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଭୂମିକା କ’ଣ ତାହା ସେ ନିଜେ ଭଲ ଭାବରେ ଜାଣିଛନ୍ତି । ଏଥିପାଇଁ ବିଜେଡିର ବା ତାଙ୍କ ଦଳର ମୁଖପାତ୍ରଙ୍କ ସାର୍ଟିଫିକେଟ୍ ଦରକାର ନାହିଁ । ତାଙ୍କ ଭଳି ବ୍ୟକ୍ତିବିଶେଷଙ୍କ ଉପରେ ବିଜୁ ଜନତା ଦଳର ପ୍ରବକ୍ତା ଯେଉଁଭଳି ଭାବେ ତାଙ୍କ ଦଳର ନିର୍ଦ୍ଦିଷ୍ଟ ଜଣେ ବ୍ୟକ୍ତିଙ୍କୁ କେବଳ ସନ୍ତୁଷ୍ଟ କରିବା ପାଇଁ ଏଭଳି ହୀନ ପ୍ରତିକ୍ରିୟା ଦେଇଛନ୍ତି, ଯାହା ଗଣତନ୍ତ୍ରରେ ହେବା ଅନୁଚିତ୍ । ମୁଖ୍ୟମନ୍ତ୍ରୀ ନିଜେ ରାଜ୍ୟରେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ନଷ୍ଟ କରିଛନ୍ତି । ତାଙ୍କ ଦଳର ପ୍ରବକ୍ତା ଆଜି ରାଜ୍ୟପାଳଙ୍କ ଭୂମିକା ଉପରେ ଟିପ୍ପଣୀ ଦେବା ଚୋର୍ ମୋଚାଏ ସୋର୍ ଭଳି ଶ୍ରୀ ମହାନ୍ତି କହିଛନ୍ତି ।

 ଓଡ଼ିଶାର ଯେଉଁ ଓଡ଼ିଆ ଲୋକମାନଙ୍କୁ ବାହାରେ ପ୍ରଶଂସା କରାଯାଏ, ସେମାନଙ୍କୁ ବିଜେଡ଼ି ପ୍ରଶଂସା ନ କରିବାର ଅନେକ ଉଦାହରଣ ରହିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ବହୁତ ସମୟରେ ସୌଜନତା ଦୃଷ୍ଟିରୁ ଓଡ଼ିଶାର ରାଷ୍ଟ୍ରପତିଙ୍କୁ ଓଡ଼ିଶା ମାଟିରେ ସ୍ୱାଗତ କରିନାହାନ୍ତି । ସ୍ୱାଗତ କରିବା ପାଇଁ ସମୟ ନାହିଁ, ଏହା କଣ ଓଡିଶା ମୁଖ୍ୟମନ୍ତ୍ରୀଙ୍କର ସୌଜନ୍ୟତା ? ଯେଉଁ ଦଳର ସୁପ୍ରିମ ସୌଜନ୍ୟତା କଣ, ଜାଣିପାରନ୍ତି ନାହିଁ ତାଙ୍କ ଦଳ ବିଶ୍ୱଭୂଷଣଙ୍କ ଭଳି ବ୍ୟକ୍ତିଙ୍କ ଉପରେ ଟିପ୍ପଣୀ ଦେବା ଦୁଃଖଦାୟକ । ବିଜୁ ଜନତା ଦଳ ଯାହାଙ୍କ ନାଁରେ ତିଆରି ହୋଇଛି ସେହି ବିଜୁ ପଟ୍ଟନାୟକ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅକୁ ରାଜନୀତିକୁ ଆଣିଥିଲେ ବୋଲି ବୋଧହୁଏ ସସ୍ମିତ୍ ପାତ୍ର ଜାଣିନାହାନ୍ତି ବୋଲି ଶ୍ରୀ ମହାନ୍ତି ।

Spread the love