ଭାରତ ଗସ୍ତରେ ଆସୁଛନ୍ତି ‘ନାସା’ର ମୁଖ୍ୟ ବିଲ୍ ନେଲସନ୍

ନାସା ପ୍ରମୁଖ ବିଲ୍ ନେଲସନ ନଭେମ୍ବର ୨୭ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି । ଏନେଇ ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ସୂଚନା ଦେଇଛି । ନାସା ତରଫରୁ ଏକ ପ୍ରେସ୍ ରିଲିଜ ଜାରି କରାଯାଇ କୁହାଯାଇଛି କି ନେଲସନ ଅନ୍ତରୀକ୍ଷ ଅନୁସନ୍ଧାନ ସହିତ ଜଡିତ ବିଶେଷ ଭାବେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ସହ ୨୦୨୪ରେ ଲଞ୍ଚ୍ ହେବାକୁ ଥିବା ‘ନିସାର’ ମିଶନକୁ ନେଇ ଭାରତ ଯାତ୍ରା କରୁଛନ୍ତି ।

ନ୍ୟୁଜ୍ ଏଜେନ୍ସି ଏଏନଆଇ ମୁତାବକ ନାସା ପ୍ରମୁଖ ତାଙ୍କର ଏହି ଗସ୍ତ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାଗ ନେବେ । ଭାରତ ଯାତ୍ରା କ୍ରମରେ ସେ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ କାର୍ଯ୍ୟାଳୟ ପରିଦର୍ଶନ କରିବେ । ସେଠାରେ ସେ କିଛି ଭାରତୀୟ ବୈଜ୍ଞାନିକଙ୍କ ସହ ଭେଟ କରିବେ । ନେଲସନଙ୍କ ଭାରତ ଯାତ୍ରା ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସେହି ବୟାନ ପରେ ସ୍ଥିର ହୋଇଥିଲା । ଯେତେବେଳେ ବାଇଡେନ କହିଥିଲେ କି ଭାରତ ଓ ଆମେରିକା ମିଳିତ ଭାବେ ଅନ୍ତରୀକ୍ଷରେ ଲମ୍ବା ଉଡାଣ ଉଡିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ଯାତ୍ରା କ୍ରମରେ ନାସା ମୁଖ୍ୟ ଆଗାମୀ ନିସାର ମିଶନ ନେଇ ଭାରତୀୟ ବୈଜ୍ଞାନିକଙ୍କ ସହ ଆଲୋଚନା କରିବେ । କହିରଖୁ କି, ନିସାର ମିଶନକୁ ନେଇ ଇସ୍ରୋ ଓ ନାସା ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନିସାର ମିଶନ ନାସା ଓ ଇସ୍ରୋ ମଧ୍ୟରେ ପ୍ରଥମ ଉପଗ୍ରହ ମିଶନ । ଏହା ୨୦୨୪ ରେ ଲଞ୍ଚ୍ ହେବାକୁ ଯାଉଛି । ଏବେ ଲଞ୍ଚିଂ ପୂର୍ବରୁ ଟେଷ୍ଟିଂ ଓ ଇଣ୍ଟିଗ୍ରେସନ କାମ ଚାଲିଛି । ନାସା ଓ ଇସ୍ରୋ ମିଳିତ ଭାବେ ଯେଉଁ ମିଶନ ଉପରେ କାର୍ଯ୍ୟ କରୁଛନ୍ତି ତାହା ଆଗାମୀ ଦିନରେ ଲୋକଙ୍କ ପାଇଁ ବେଶ୍ ସହାୟକ ହେବ । ପ୍ରଥମ ଉପଗ୍ରହ ମିଶନ ରୂପରେ ନିସାର ଏକ କ୍ରାନ୍ତିକାରୀ ପୃଥୀ-ଅବଲୋକନ ଅଟେ । ଏହା ମାଧ୍ୟମରେ ପୃଥିବୀ ଉପରେ ନଜର ରଖିବା ଭଳି କାର୍ଯ୍ୟ ସମ୍ପାଦିତ ହେବ ଓ ଜଳବାୟୁ ଉପରେ ସୂଚନା ମିଳିବ ।

Spread the love