ଲଙ୍ଗ ଡିଷ୍ଟାନ୍ସ ରିଲେସନ୍‌ସିପ୍‌ରେ ଅଛନ୍ତି କି ? ଜାଣନ୍ତୁ କିପରି କରିବେ ନିଜ ସମ୍ପର୍କକୁ ସୁଦୃଢ

ପ୍ରାୟତଃ ଲୋକମାନେ ରିଲେସନ୍‌ସିପ୍‌ରେ ଏବେ ଅଧିକ ଦିନ ରହିପାରୁନାହାନ୍ତି । କିଛି ନା କିଛି ଏପରି ହେଉଛି ଯାହାଦ୍ୱାରା ରିଲେସନ୍‌ସିପ୍‌ରେ ସବୁ ବେଳେ ଝଗଡା ହୋଇଯାଉଛି ନଚେତ ଭାଙ୍ଗି ଯାଉଛି । ଗୋଟିଏ ରିଲେସନ୍‌ସିପ୍‌ ଗଢିବା ପାଇଁ ଆମକୁ ସେଥିରେ ଭରସା ଓ ବିଶ୍ୱାସ ନିହାତି ଦରକାର ହୋଇଥାଏ । ତେବେ କୁହାଯାଏ ପାଖରେ ରହିଲେ ଗୋଟିଏ ସମ୍ପର୍କ ଭଲ ହୋଇଥାଏ । କିନ୍ତୁ ବର୍ତ୍ତମାନ ସମୟରେ ଦୂରରେ ରହିବା ଦ୍ୱାରା ଗୋଟିଏ ରିଲେସନ୍‌ସିପ୍‌ ବହୁତ ଭଲ ହୋଇଥାଏ ଏବଂ ବହୁତ ଦିନ ପର୍ଯ୍ୟନ୍ତ ରହିଥାଏ । ସେଥିପାଇଁ ଲୋକମାନେ ଏବେ ଲଙ୍ଗ ଡିଷ୍ଟାନ୍ସ ରିଲେସନ୍‌ସିପ୍‌ରେ ରହୁଛନ୍ତି । ହେଲେ ଏହି ସମ୍ପର୍କ ଯେତେ ଶୀଘ୍ର ତିଆରି ହୋଇଥାଏ, ସେତେ ଶୀଘ୍ର ଭାଙ୍ଗି ମଧ୍ୟ ଯାଇଥାଏ । ତେବେ ଲଙ୍ଗ ଡିଷ୍ଟାନ୍ସ ରିଲେସନ୍‌ସିପ୍‌ ବନେଇବା ତ ବହୁତ ସହଜ ହେଲେ ଏଥିରେ ରହିବା ବହୁତ କଷ୍ଟକର । ଏହି ପରିସ୍ଥିତିରେ ଯଦି ଆପଣ ଲଙ୍ଗ ଡିଷ୍ଟାନ୍ସ ରିଲେସନ୍‌ସିପ୍‌ରେ ଅଛନ୍ତି ଏବଂ ଭୟ କରୁଛନ୍ତି ଯେ ଏହା ଭାଙ୍ଗି ଯାଇପାରେ ? ସେଥିପାଇଁ ଆମେ ଆଜି ଆପଣମାନଙ୍କୁ ଏହାକୁ ନେଇ କିଛି ବିଶେଷ କଥା ଜଣାଇବୁୁ, ଯାହାକୁ ଆପଣ ଫଲୋ କରି ଆପଣଙ୍କ ରିଲେସନ୍‌ସିପ୍‌ ବହୁତ ହି ଭଲ କରିପାରିବେ ।

ଲଙ୍ଗ ଡିଷ୍ଟାନ୍ସ ରିଲେସନ୍‌ସିପ୍‌ରେ ଥିଲେ କରନ୍ତୁ କିଛି ଏପରି କାମ :

ପାର୍ଟନର ପ୍ରତି ଥିବା ଆଶାକୁ ନେଇ କଥା ହେବା :
ଗୋଟିଏ ସମ୍ପର୍କରେ ସବୁ କିଛି ସ୍ପଷ୍ଟ ହେବା ଅତ୍ୟନ୍ତ ଜରୁରୀ । ଏହି ପରିସ୍ଥିତିରେ ଯଦି ଆପଣ ଗୋଟିଏ ଲଙ୍ଗ ଡିଷ୍ଟାନ୍ସ ରିଲେସନ୍‌ସିପ୍‌ରେ ଅଛନ୍ତି, ତାହେଲେ ଆପଣଙ୍କୁ ପାର୍ଟନରଙ୍କ ପ୍ରତି ଥିବା ଆଶା ବିଷୟରେ ଖୋଲାଖୋଲି କଥା ହେବା ଉଚିତ । ତେବେ ଏପରି କରିବା ଦ୍ୱାରା ଆପଣଙ୍କ ସମ୍ପର୍କରେ କୌଣସି ଭୁଲ ବୁଝାବଣା ହେବ ନାହିଁ, ଏବଂ ଆପଣ ସେହି ସମ୍ପର୍କରେ ବହୁତ ଖୁସି ରହିବେ ।

ବିଶ୍ୱାସ କରିବା ଅତ୍ୟନ୍ତ ଜରୁରୀ :

ଲଙ୍ଗ ଡିଷ୍ଟାନ୍ସ ରିଲେସନ୍‌ସିପ୍‌ରେ ବିଶ୍ୱାସ ରଖିବା ବହୁତ ଜରୁରୀ ହୋଇଥାଏ । ସେଥିପାଇଁ ଯଦି ଆପଣଙ୍କ ସମ୍ପର୍କରେ ଭରସା ଓ ବିଶ୍ୱାସ ନାହିଁ, ତାହେଲେ ଆପଣଙ୍କ ସମ୍ପର୍କ ବହୁତ କମ ଦିନରେ ଭାଙ୍ଗି ଯିବ । ସେଥିପାଇଁ ନିଜ ପାର୍ଟନର ଉପରେ ବିଶ୍ୱାସ କରିବା ଅତ୍ୟନ୍ତ ଜରୁରୀ ।

ଭୁଲ ବୁଝାବଣା ତୁରନ୍ତ ଦୂର କରିବେ :
ଗୋଟିଏ ସମ୍ପର୍କରେ ପ୍ରାୟ ଏପରି ହୋଇଥାଏ, ଭୁଲ ବୁଝାବଣା ଯୋଗୁ ରିଲେସନ୍‌ସିପ୍‌ ଭାଙ୍ଗି ଯାଇଥାଏ । ତେବେ ପ୍ରାୟତଃ ଭୁଲ ବୁଝାବଣା ଯୋଗୁ ଦୁଇ ଜଣଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଯାଏ । ଏହି କାରଣରୁ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗି ଯାଇଥାଏ । ସେଥିପାଇଁ ଯଦି ଆପଣଙ୍କ ସମ୍ପର୍କରେ କିଛି ଭୁଲ ବୁଝାବଣା ରିହିଛି, ତାହେଲେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହୋଇ ଏହାକୁ ଦୂର କରିବା ଉଚିତ ।

ପରସ୍ପରକୁ ସମୟ ଦିଅନ୍ତୁ :
ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ଯଦି ଆପଣ ଗୋଟିଏ ରିଲେସନ୍‌ସିପ୍‌ରେ ରହୁଛନ୍ତି, ତାହେଲେ ସେହି ସମ୍ପର୍କରେ ପରସ୍ପରକୁ ସମୟ ଦେବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଯଦି ଅପଣ ରିଲେସନ୍‌ସିପ୍‌ରେ ରହି ପରସ୍ପରକୁ ସମୟ ଦେଉ ନାହାନ୍ତି, ତେବେ ଆପଣଙ୍କ ସମ୍ପର୍କ ଭାଙ୍ଗି ଯାଇପାରେ । ସେଥିପାଇଁ ରିଲେସନ୍‌ସିପ୍‌ରେ ପରସ୍ପରକୁ ସମୟ ଦେବା ଜରୁରୀ ହୋଇଥାଏ ।

Spread the love