ଓଡିଶାର ସୌରଭ ସୌମ୍ୟକାନ୍ତ ଜେଇଇ ମେନ୍ ଟପ୍ପର

 ଜେଇଇ ମେନ୍ -1 ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଓଡ଼ିଶାର ସୌରଭ ସୌମ୍ୟକାନ୍ତ ଦାସ 99.99 ପ୍ରତିଶତ ମାର୍କ ରଖି ଓଡ଼ିଶାର ଟପ୍ପର ହୋଇଛନ୍ତି । ଏଥିରେ 9 ଜଣ ପ୍ରାର୍ଥୀ 100 ପ୍ରତିଶତ ମାର୍କ ସହ କୃତକାର୍ଯ୍ୟ ହୋଇଛନ୍ତି । ଜାନୁଆରୀ 7ରୁ 9 ତାରିଖ ଯାଏଁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଯେଉଁମାନେ ଏହି ଜେଇଇ ମେନ୍ ପରୀକ୍ଷା ଦେଇଥିଲେ ସେମାନେ ନିଜ ପରୀକ୍ଷାଫଳ ଦେଖିବା ପାଇଁ ଅଫିସିଆଲ ୱେବସାଇଟ jee-main.nic.in ଏବଂ jeemain.nta.nic.in ରୁ ଦେଖିପାରିବେ ।

ସର୍ବଭାରତୀୟ ସ୍ତରରେ ହୋଇଥିବା ଏହି ପରୀକ୍ଷା ପାଇଁ 11 ଲକ୍ଷଯରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଥିଲେ । ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନାରୁ 2 ଜଣ ଲେଖାଏଁ ଶତ ପ୍ରତିଶ ମାର୍କ ରଖି ସଫଳ ହୋଇଛନ୍ତି । ସେହିଭଳି  ଦିଲ୍ଲୀର ନିଶାନ୍ତ ଅଗ୍ରୱାଲଙ୍କ ସମେତ ଗୁଜୁରାଟ ଓ ହରିଆନାରୁ ଜଣେ ଲେଖାଏଁ ସଫଳ ଶତପ୍ରତିଶତ ମାର୍କ ରଖିଛନ୍ତି।

Spread the love