ଦୂରହେଲା ଆଦିବାସୀ ଅଂଚଳର ପାଣି ସମସ୍ୟା; ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦଦେଲେ ଲୋକେ

ସୋର: ଆଦିବାସୀଙ୍କ ଖୁସି ନ କହିଲେ ରହି ହେବ ନାହିଁ କାରଣ ବର୍ଷ ବର୍ଷ ଧରି ରହି ଆସୁଥିବା ପାଣି ସମସ୍ୟା ଦୂର ହେଇଛି | ସୂଚାଯୋଗ୍ୟ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଜାତପଦା ଗ୍ରାମ ଯାହାକି ଆଦିବାସୀ ସମ୍ପ୍ରଦାୟ ର ଲୋକମାନେ ଏଠି ବସବାସ କରିଥାନ୍ତି | ସେମାନଙ୍କ ଘର ସବୁ ଜଙ୍ଗଲ ଘେରା ପାହାଡ଼ ତଳେ ଯାହାକି ବିଶୁଦ୍ଧ ପାଣି ତାଙ୍କ ପାଇଁ ସାତ ସପନ | ସବୁବେଳେ ପାଖରେ ଥିବା ଚୁଆ ପାଣି ନ ହେଲେ ଝରଣା ପାଣି ପି ନିଜର ଏବଂ ନିଜ ପିଲାଛୁଆଙ୍କ ସୁଷ ମେଣ୍ଟାଇଥାନ୍ତି | ଆଉ ଖରାଦିନେ ଆସିଲେ ତ ସେମାନେ ମୁନ୍ଦେ ପାଣି ପାଇଁ ଦୁଇ ରୁ ତିନି କିଲୋମିଟର ଯିବାକୁ ପଡୁଥିଲା | କିନ୍ତୁ ଏବେ ତାଙ୍କ ଦୁଃଖ ଦୂର ହେଇଛି ଏବେ ସମସ୍ତ ଙ୍କ ଘର ଆଗରେ ନଳକୂପ ରୁ ପାଣି ଆସୁଛି ଆଉ ସେମାନେ ନିଜ ନଳକୂପ ରୁ ପାଣି ପି ନିଜର ଶୋଷ ମେଣ୍ଟାଉଛନ୍ତି | ପରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସେହି ସ୍ଥାନରେ ଦୁଇ ଦୁଇ ଥର ମେସିନ ଲଗାଇ ଫେ ଲୋଏର ହେଲାପରେ ଆଉ ଏକ ଜାଗାରେ ପାଣି ପାଇଁ ମେସିନ ଲଗାଇ ପାଖାପାଖି 400 ଫୁଟ ଖୋଲିଲା ପରେ ପାଣି ବାହାରିଥିଲା |

Spread the love