କ୍ୟାଚ ମିସ୍ ସହିତ ଦୁର୍ବଳ ବୋଲିଂ: ଭାରତ ମୁହଁରୁ ମ୍ୟାଚ ଛଡାଇନେଲା ଅଷ୍ଟ୍ରେଲିଆ

ବିଶ୍ୱକପ ପରେ ଭାରତ ବିପକ୍ଷରେ ଲଗାତର ଦୁଇଟି ଟି-ଟ୍ୱେଂଟି ହାରି ନିରାଶ ହୋଇଥିବା ଅଷ୍ଟ୍ରେଲିଆ ଦଳ ଶେଷରେ ବିଜୟୀ ହୋଇଛି । ଶୃଙ୍ଖଳାର ତୃତୀୟ ମ୍ୟାଚରେ ଭାରତକୁ ହରାଇ ବିଜୟ ଧାରାକୁ ଫେରିଛି । ଭାରତର ୨୨୩ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । କିନ୍ତୁ ରନ୍ ରେଟ୍କୁ ଆବଶ୍ୟକ ଅନୁସାରେ ଜାରି ରଖିଥିଲା । ଗ୍ଲେନ୍ ମ୍ୟାକ୍ସୱେଲ୍ ୪୮ ବଲ୍ରେ ଅପରାଜିତ ୧୦୪ ରନ୍ କରିଥିବା ବେଳେ ଅଧିନାୟକ ମାଥ୍ୟୁ ୱେଡ୍ ୧୬ ବଲ୍ରୁ ୨୮ ରନ କରି ଅପରାଜିତ ଥିଲେ । ଉଭୟ ଷଷ୍ଠ ୱିକେଟ୍ ପାଇଁ ୪୦ ବଲ୍ରୁ ୯୧ ରନ୍ ଯୋଡ଼ି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ । ଶେଷ ୨ ଓଭରରୁ ୪୩ ରନ୍ ଆବଶ୍ୟକ ପଡ଼ିଥିବାବେଳେ ଅକ୍ଷର ପଟେଲ୍ ୨୨ ରନ୍ ଏବଂ ପ୍ରସିଦ୍ଧ କୃଷ୍ଣ ୨୧ ରନ୍ ଦେଇଥିଲେ । ଫିଲ୍ଡି ସମୟରେ ମାଥ୍ୟୁ ୱେଡଙ୍କ କ୍ୟାଚ ମିସ ସାଙ୍ଗକୁ ଦୁର୍ବଳ ବୋଲିଂ ପ୍ରଦର୍ଶନ ଟିମ୍ ଇଣ୍ଡିଆ ପାଇଁ ପରାଜୟର କାରଣ ସାଜିଛି । ତେବେ ପ୍ରଥମ ଦୁଇଟି ମ୍ୟାଚ ହାରିବା ପରେ ଶେଷ ମ୍ୟାଚ ଗୁଡିକୁ ଜିତିବା ପାଇଁ ଭ୍ରମଣକାରୀ ଦଳ ଜୋରଦାର ପ୍ରସ୍ତୁତି କରିଛି । ଏଥିପାଇଁ ଅନେକ ପରିବର୍ତନ କରିଛି । ଚତୁର୍ଥ ମ୍ୟାଚ୍ ଶୁକ୍ରବାର ରାୟପୁରରେ ଖେଳାଯିବ ।

Spread the love