ଚନ୍ଦ୍ରଭାଗା ପାଇଁ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ୍

ରାଜ୍ୟର ପର୍ଯ୍ୟଟନସ୍ଥଳୀକୁ ସୌନ୍ଦର୍ଯ୍ୟ କରଣପାଇଁ ସରକାର ଅଣ୍ଟା ଭିଡିଛନ୍ତି। ପ୍ରଥମେ ପୁରୀନ ଶ୍ରୀମନ୍ଦିର ଏହାପରେ ଲିଙ୍ଗରାଜର ସୌନ୍ଦର୍ଯ୍ୟକରଣ ନେଇ କାମ ଚାଲିଥିବାବେଳେ ଏବେ ଚନ୍ଦ୍ରଭାଗ ପାଳି। ଏହାର ସୌନ୍ଦର୍ଯ୍ୟକରଣ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେଉଥିବା ଜମାପଡିଛି। ଆଜି ଆଇଏସ ସମ୍ମିଳନୀର ଦ୍ୱିତୀୟ ଦିନର ବୈଠକ କୋଣାର୍କରେ ଅନୁଷ୍ଠିତ ହେଉଛି । ଏଥିରେ  ଚନ୍ଦ୍ରଭାଗା ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ ହେବାନେଇ ଆଲୋଚନା ହୋଇଛି। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । 

ବରିଷ୍ଠ ଆଇଏସ ଅଧିକାରୀ ଇକୋ ରିଟ୍ରେଟରେ ଏକାଠି ହୋଇଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହିତ ଉନ୍ନୟନ କମିଶନର ସୁରେଶ ମହାପାତ୍ର , କୃଷି ଉନ୍ନୟନ କମିଶନର ପ୍ରଦୀପ୍ତ ମହାପାତ୍ରଙ୍କ ସମେତ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଓ ଏସପି ଆଜି ସକାଳୁ କୋଣାର୍କରୁ ଚନ୍ଦ୍ରଭାଗା ଯାଏଁ ପ୍ରାତଃଭ୍ରମଣ କରିଥିଲେ । ଏହି ସମୟରେ ଚନ୍ଦ୍ରଭାଗା ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ । ଏହା ସହ ଚନ୍ଦ୍ରଭାଗାକୁ ଅଧିକ ସ୍ୱଚ୍ଛ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରାଯିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପୁରୀ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । 

Spread the love