ବସ ଧର୍ମଘଟ ପ୍ରତ୍ୟାହୃତ, ଘୋଷଣା କଲା ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ୱର: ଧର୍ମଘଟ ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ | ଆଜି ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଘରୋଇ ବସ୍ ମାଲିକ ସଂଘର ଦାବିକୁ ନେଇ ଆଲୋଚନା ହୋଇଥିଲା | ତେବେ ଏନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ଲକ୍ଷ୍ମୀ ବସଗୁଡିକ ବ୍ଲକରୁ ଜିଲ୍ଲାକୁ ଚଲା ନଯିବା ସରକାର ମାନି ନେଇଥିବାବେଳେ ପ୍ରାଥମିକ ଭାବରେ ଗଜପତି, ଭବାନୀପାଟଣା, ରାୟଗଡାରେ ଚାଲୁଥିବା ଲକ୍ଷ୍ମୀ ବସଗୁଡିକ ପଞ୍ଚାୟତରୁ ବ୍ଲକକୁ ଚାଲୁଛି | ଆଗକୁ ନବରଙ୍ଗପୁର ଏବଂ କୋରାପୁଟରେ ମଧ୍ୟ ଲକ୍ଷ୍ମୀ ବସ ପଞ୍ଚାୟତରୁ ବ୍ଲକକୁ ଚାଲିବା ନେଇ ନିଷ୍ପତ୍ତି ହୋଇଛି | ଏହା ବାଦ୍ ଘରୋଇ ବସ୍ ମାଲିକ ସଂଘ ଏବଂ ସରକାରଙ୍କର କିଛି ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି | ଯେଉଁ କମିଟି ମୋ ବସର ରିଭ୍ୟୁ କରି ଆସନ୍ତା ୭ ଦିନ ମଧ୍ୟରେ ଏକ ବୈଠକ ବସି ମୋ ବସ୍ ଚଳାଚଳ ରୁଟକୁ ନେଇ ନିଷ୍ପତ୍ତି ନିଆଯିବ |

ଅନ୍ୟପଟେ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ ଘରୋଇ ବସ ମାଲିକ ସଂଘ ସହିତ ଆଲୋଚନା ସଫଳ ହୋଇଛି। ସଂଘର ଲକ୍ଷ୍ମୀ ଯୋଜନାକୁ ବିରୋଧ କରୁନାହାନ୍ତି। ବସ ମାଲିକଙ୍କ ଯାହା ଦାବି ଅଛି ଲିଖିତ ଆକାରରେ ଦିଅନ୍ତୁ। ଲକ୍ଷ୍ମୀ ଯୋଜନା ଲୋକଙ୍କ ଆର୍ଥିକ ବିକାଶ ଦିଗରେ ସୁବିଧା ହେଉଛି। ଆଲୋଚନାରେ ସମସ୍ୟା ସମାଧାନ ହେବ। ଆନ୍ଦୋଳନ ନ କରି ସରକାରଙ୍କୁ ସହଯୋଗ କରନ୍ତୁ। ବସ ମାଲିକଙ୍କ ସମସ୍ୟା ଯାହା ଅଛି ଲିଖିତ ଭାବରେ ଦିଅନ୍ତୁ। ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି ଉପସ୍ଥାପନ କରାଯିବ। ଟାଏର ୨ ରୁଟକୁ ନେଇ ଘରୋଇ ବସ ମାଲିକ ସଂଘ ର ସମସ୍ୟା ରହିଛି। ମୋ ବସ ଚଳାଚଳକୁ ନେଇ ମଧ୍ୟ ଆଲୋଚନା ହୋଇଛି।

Spread the love