ଗତ ୨୮ ତାରିଖରେ ଲୋଇସିଂହାରରେ ଧାନ କିଣା ପ୍ରକ୍ରିୟା ଆରମ୍ଭ

ବଲାଙ୍ଗିର ଜିଲ୍ଲାରେ ଖରିଫ୍ ଧାନ କିଣା ବିକା ପାଇଁ ଗତ ନଭେମ୍ବର ୧୬ରେ ବୈଠକ ବସିଲା । ଜିଲ୍ଲାପାଳ ଓ ସମସ୍ତ ବିଧାୟକଙ୍କ ଉପସ୍ଥିତିରେ ନିଷ୍ପତି ଅନୁସାରେ ଗତ ୨୮ ତାରିଖରେ ଲୋଇସିଂହାରରେ ଧାନ କିଣା ପ୍ରକ୍ରିୟା ଆରମ୍ଭ କରାଯାଇଛି । ହେଲେ ଆଜି ଯାଏଁ ଚାଷୀଙ୍କ ପାଖକୁ ଟୋକନ ଆସିନଥିବା ଅଭିଯୋଗ ହୋଇଛି । ମଣ୍ଡିରେ ପଂଜିକରଣ କରିଥିଲେ ସୁଦ୍ଧା ଟୋକନ ଆସିନଥିବାରୁ ଅନିଶ୍ଚିତତା ଭିତରେ ଅମଳ ଧାନକୁ ଜଗି ରହିଛନ୍ତି ବଲାଙ୍ଗୀର ଜିଲ୍ଲାର ଚାଷୀ । ଟୋକନ ଆସିନଥିବାରୁ ଚାଷୀଙ୍କ ଚିନ୍ତା ବଢିଯାଇଛି । ଅନ୍ୟପଟେ ମଣ୍ଡି ଗୁଡିକୁ ମଧ୍ୟ ଯୋଗାଣ ବିଭାଗ ତରଫରୁ ଟାର୍ଗେଟ ପହଂଚି ନାହିଁ । ତେଣୁ ମଣ୍ଡି କର୍ତୃପକ୍ଷ ଧାନ କିଣିପାରୁ ନଥିବା ଜଣାପଡିଛି । ସେପଟେ ବଲାଙ୍ଗୀର ସାଂସଦ ଏହାକୁ ନିନ୍ଦା କରିଛନ୍ତି । ଚାଷୀ ବିରୋଧୀ ଓ ଜାଣିଶୁଣୀ ଚାଷୀଙ୍କୁ ଅଭାବୀ ବିକ୍ରୀର ସମ୍ମୁଖୀନ ହେବାକୁ ବାଧ୍ୟ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ଯଦି ଜିଲ୍ଲା ପ୍ରଶାସନ ଚାଷୀଙ୍କ ଏହି ସମସ୍ୟାର ସମାଧାନ ନକରନ୍ତି ତେବେ ଚାଷୀମାନେ ଦଲାଲଙ୍କ ହାତରେ ଧାନ ଟେକି ଦେବାର ଆଶଙ୍କା ରହିଛି ।

Spread the love