ଫେବୃୟାରୀ ୨୪ରେ ୯ମ ଅଲ୍ ଓଡିଶା ବେଷ୍ଟ ଫିଜିକ୍ୟୁ ଚାମ୍ପିଅନସିପ୍

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ ): ଅନୁଗୁଳ ୱାରିଅର୍ସ କ୍ଲବ ଠାରେ ୯ମ ଅଲ୍ ଓଡିଶା ବେଷ୍ଟ ଫିଜିକ୍ୟୁ ଚାମ୍ପିଅନସିପ୍ (Mr Odisha)ର ପ୍ରସ୍ତୁତି ବୈଠକ ଅନୁଗୋଳ ବଡି ବିଲଡିଂ ଓ ଫିଟିନେସ ସଂଘ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଫେବୃୟାରୀ ୨୪ ତାରିଖ ଅନୁଗୋଳ ବିଜୁ ମଇଦାନରେ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ନବମ Mr.Odisha ୨୦୧୯ ରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ପ୍ରତିଯୋଗୀ ମାନେ ଆସି ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।

ସୂର୍ଯ୍ୟକାନ୍ତ ଭୁତିଆଙ୍କ ସଭାପତିତ୍ୱରେ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ସଂପାଦକ ମିଲନ ସିଂହ, ଉପସଭାପତି ସୁଧୀର କୁମାର ନାଏକ,ତଥା ୱାରିଅର୍ସକ୍ଳବର ସଭାପତି ଗୁନିଲ ନାଏକ,ସଂପାଦକ ଶାନ୍ତନୁ ମିଶ୍ର,ସଦସ୍ୟ ସୁନୀଲ ବେହେରା, କମଳାକାନ୍ତ ସାହୁ,ସୁଶୀଲ ନାଏକ,ମନ୍ତଶ ଦତ୍ତା,ସୁନୀଲ ନାଏକ,ସନ୍ତସ ସିନ୍ଧାନ୍ତ ରାଉତରାୟ,ଏସକେ ତୟବ ଏବଂ ଆୟୋଜକ ସଦସ୍ୟଙ୍କ ଉପସ୍ଥିତି ଥିଲେ । ଆୟୋଜକଙ୍କ ତରଫରୁ ସମସ୍ତ ଜନସାଧାରଣଙ୍କୁ ଆସି ଯୋଗଦାନ କରିବାକୁ ଅନୁରୋଧ କରା ଯାଇଛି ।

Spread the love