ପ୍ରେମିକା ଘରୁ ପ୍ରେମିକର ମୃତଦେହ ଉଦ୍ଧାର

ବାଲିଅନ୍ତା: ରାଜଧାନୀ ଉପକଣ୍ଠ ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ଼ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ପ୍ରେମିକା ଘର ଭିତରୁ ପ୍ରେମିକର ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ପପୁନି ସ୍ୱାଇଁ। ତାଙ୍କ ଘର ନିମାପଡ଼ା ଅଞ୍ଚଳରେ ବୋଲି ଜଣାଯାଇଛି। ସେ ପିଏଚଡିରେ ମିସ୍ତ୍ରୀ ଭାବେ କାମ କରୁଥିଲେ। ଗତ କିଛି ବର୍ଷ ହେଲା ପପୁନି ଓ ଶିଶୁପାଳଗଡ଼ର ସଂପୃକ୍ତ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ିଉଠିଥିଲା। ଏପରିକି ପପୁନି ଅନେକ ସମୟରେ ଯୁବତୀଙ୍କ ଘରକୁ ଆସୁଥିଲେ। ହେଲେ ଗତକାଲି ଉଭୟଙ୍କ ଭିତରେ କୌଣସି କଥାକୁ ନେଇ ଉଚ୍ଚବାଚ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପପୁନି ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିଲେ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ସେନେଇ ପୁଲିସ କିଛି ସ୍ପଷ୍ଟ କରିନାହିଁ।

Spread the love