ଲିଙ୍ଗରାଜ ଥାନା ହାଟ ସାହିରେ ଷ୍ଟେଟବ୍ୟାଙ୍କର ଏଟିଏମ୍ ତାଡି ଲୁଟିନେଲେ ୧୫ ଲକ୍ଷ

ଲିଙ୍ଗରାଜ ଥାନା ହାଟ ସାହିରେ ଏଟିଏମ୍ ତାଡି ଲୁଟ୍ ।ଷ୍ଟେଟବ୍ୟାଙ୍କର ଏଟିଏମ୍ ତାଡି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା । ଗ୍ୟାସ୍ କଟରରେ କାଟି ମେସିନ୍ ତାଡି ଟଙ୍କା ଲୁଟି ନେଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ଏଟିଏମ୍ରୁ ୧୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି । ବାରମ୍ବାର ଏଟିଏମ୍ ଲୁଟ୍ର ଘଟଣା ସାମ୍ନାକୁ ଆସୁଛି । ଏହା ରାଜଧାନୀର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Spread the love