ସମ୍ପର୍କୀୟ ଝିଆରୀଙ୍କୁ ଭଲ ପାଇବାରୁ ପ୍ରେମିକକୁ ଅପହରଣ ପରେ ହତ୍ୟା କଲା ସମ୍ପର୍କୀୟ ଦାଦା

ସମ୍ପର୍କୀୟ ଝିଆରୀଙ୍କୁ ପ୍ରେମ କରିବାରୁ ପ୍ରେମିକକୁ ଅପହରଣ ପରେ ହତ୍ୟା କଲା ସମ୍ପର୍କୀୟ ଦାଦା । ନିଖୋଜ ହେବା ନେଇ ଥାନାରେ ଅଭିଯୋଗ ପରେ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଅନୁଗୁଳ ଜିଲ୍ଲା ଜରପଡ଼ା ଥାନାରେ ଘଟିଛି ଏଭଳି ଘଟଣା । ଘଟଣାରେ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୩ ଜଣ ଫେରାର ଅଛନ୍ତି । ପ୍ରେମ, ଅପହରଣ, ହତ୍ୟା । ଅନୁଗୁଳ ଜିଲ୍ଲାର ମୋଟଙ୍ଗା ଥାନା ଅଂଚଳରେ ଘଟିଛି ଏଭଳି ଏକ ଛାତିଥରା ଘଟଣା । ସମ୍ପର୍କୀୟ ଝିଆରୀକୁ ଭଲପାଇବାରୁ ବିକାଶକୁ କରାଯାଇଥିଲା ହତ୍ୟା ।ଏକ ପୋଖରୀରୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ତଦନ୍ତ ପରେ ଘଟଣାର ପର୍ଦ୍ଦାଫାଶ କରିଛି ଜରପଡ଼ା ଥାନା ପୋଲିସ । ଘଟଣାରେ ଜଣଙ୍କୁ ଗିରଫ କରିଥିବା ବେଳେ ଏବେବି ୩ଜଣ ଫେରାର ଥିବା ପୋଲିସ ସୂଚନା ଦେଇଛି । ଗତ ନଭେମ୍ବର ୨୬ ତାରିଖରେ କୋରଡ଼ା ଗାଁର ବିକାଶ ବେହେରାଙ୍କୁ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।
ଏନେଇ ଜରପଡ଼ା ଥାନାରେ ପୋଲିସ ଏକ ମାମଲା ରୁଜୁ କରିବ ସହିତ ତଦନ୍ତ ଆରମ୍ଭ କରିଥିଲା । ପୋଲିସ କହିବା ଅନୁସାରେ ୨୬ ତାରିଖ ଦିନ କୋରଡ଼ା ଗାଁରେ ବିକାଶ ବେହେରା ଫୋନରେ କଥା ହେଉଥିଲେ । ଏହି ସମୟରେ କଣିହାଁ ଥାନା ଜାମ୍ବୁଯୋଡ଼ି ଗାଁର ସଂଜିଲ ପ୍ରଧାନ ଓ ତାଙ୍କ ସହଯୋଗୀମାନେ ବିକାଶଙ୍କୁ ଅପହରଣ କରିନେଇଥିଲେ । ଏହା ପରେ ସେମାନେ କୋଶଳା କୁମୁଣ୍ଡା ରାସ୍ତା ଦେଇ କଣିହାଁ ଥାନା ସୀମାନ୍ତ ବାରିହାପୁର ଜଙ୍ଗଲକୁ ନେଇ ସେଠାର ଏକ ଦଉଡ଼ି ସାହାର୍ଯ୍ୟରେ ବିକାଶର ଗଳାଚିପି ହତ୍ୟା କରିଥିଲେ । ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ଢ଼େଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଘୋଡ଼ାଡିଆଁ ଗାଁକୁ ନେଇ ସେଠାର ଥିବା ଗଭୀର ଆମ୍ବବନ୍ଧରେ ମୃତ ବିକାଶଙ୍କ ଦେହରେ ପଥର ବାନ୍ଧି ପକାଇଦେଇଥିଲେ ଅଭିଯୁକ୍ତ । ପୋଲିସ ଏହି ଘଟଣାରେ ହତ୍ୟାରେ ବ୍ୟବହୃତ ହୋଇଥିବା ପଥର ଓ ଦଉଡ଼ିକୁ ଜବତ କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି ।

Spread the love