ରାସ୍ତା କଡ଼ର ଗୁପଚୁପ ବିକାଳିଙ୍କ ଦୈନିକ ଆୟ କରିବ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ରାସ୍ତା କଡ଼ରେ ଆପଣଙ୍କୁ ସବୁସ୍ଥାନରେ ଗୁପଚୁପ ବିକାଳି ମିଳିବେ। ଏହାକୁ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ରାସ୍ତା କଡ଼ରେ ମିଳୁଥିବା ଖାଦ୍ୟ ମଧ୍ୟରୁ ଏହା ହେଉଛି ଏକ ଲୋକପ୍ରିୟ ଖାଦ୍ୟ। ଅନେକ ‌ପିଲା ଆର୍ଥିକ ସମସ୍ୟା କାରଣରୁ ପାଠ ନପଢ଼ି ପାରିବା ପରେ ଘର ଚଳାଇବା ପାଇଁ ଗୁପଚୁପ ବିକିବା ଆରମ୍ଭ କରନ୍ତି। ହେଲେ ଆପଣ ଜାଣନ୍ତି ଗୁପଚୁପ ବିକି ବିକାଳିମାନେ କେତେ ଆୟ କରନ୍ତି? ଏବେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଗୁପଚୁପ ବିକାଳି ନିଜ ଆୟ ବିଷୟରେ କହୁଛନ୍ତି। ଭିଡିଓରୁ ଜଣାପଡ଼ିଛି ଯେ, ସେ ଗୁପଚୁପ ବିକି ୯ଟାରୁ ୫ଟା ପର୍ଯ୍ୟନ୍ତ ଚାକିରି କରୁଥିବା ଚାକିରିଆଙ୍କଠାରୁ ଅଧିକ ଆୟ କରୁଛନ୍ତି। ଇନଷ୍ଟାରେ ଏକ ଭିଡିଓ ଭାଇରାଲ ହେଉଛି। ସେଥିରେ ଜଣେ ଯୁବକ ଗୁପଚୁପ ବିକାଳିଙ୍କୁ ତାଙ୍କର ଦୈନିକ ଆୟ ବିଷୟରେ ପଚାରୁଛନ୍ତି। ଉତ୍ତରରେ ଗୁପଚୁପ ବିକାଳୀ କହୁଛନ୍ତି ୨୫୦୦। ଏହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କାରଣ ଅନେକ ପିଲା ଚାକିରି କରି ମଧ୍ୟ ଦିନକୁ ଏତିକି ଟଙ୍କା ଆୟ କରିପାରୁନାହାନ୍ତି।

ତେବେ ଏହି ଭିଡିଓ ଦେଖି ଗୁପଚୁପ ବିକିବା ସହଜ କାମ ନୁହେଁ ବୋଲି ଲୋକେ ମତ ରଖିଛନ୍ତି। ଖରା, ବର୍ଷା ଓ ଶୀତରେ ରାସ୍ତା କଡ଼ରେ ଠିଆ ହୋଇ ଗୁପଚୁପ ବିକିବା ସହଜ ନୁହେଁ। ଅଫିସ ଭିତରେ ରହି କାମ କରିବା ସହଜ ବୋଲି ଜଣେ ବ୍ୟବହାରକାରୀ ଲେଖିଥି‌ବା ବେଳେ ଅନ୍ୟ ଜଣେ ଲେଖିଛନ୍ତି, ଗୁପଚୁପକୁ ପ୍ରସ୍ତୁତ କରି ସାରା ଦିନ ରାସ୍ତାକଡ଼ରେ ଠିଆ ହୋଇ ଏହାକୁ ବିକିବା ବହୁତ କଷ୍ଟ।

Spread the love