ଲଗାତାର ଦ୍ୱିତୀୟ ଦିନରେ ବଢ଼ିଲା ସେୟାର ମାର୍କେଟ

ବଢୁଛି ସେୟାର ମାର୍କେଟ । ଲଗାତାର ଦ୍ୱିତୀୟ ଦିନରେ ବଢିଲା ବିଏସଇ ସେନସେକ୍ସ୍ସ ଓ ନିଫ୍ଟି । ମଙ୍ଗଳବାର ସେନସେକ୍ସ ୭୦ ହଜାର ଅତିକ୍ରମ କରିଥିବା ବେଳେ ନିଫ୍ଟି ୨୧ ହଜାର ଉପରେ ରହିଛି । ସକାଳୁ ୭୭ ପଏଂଟ ବୃଦ୍ଧି ପାଇ ସେନସେକ୍ସ ୭୦ ହଜାର ୫ ଛୁଇଛି । ନିଫ୍ଟି ୨୯ ପଏଣ୍ଟ ବୃଦ୍ଧି ପାଇ ୨୧ ହଜାର ୨୬ରେ ପହଞ୍ଚିଛିି । ସେହିପରି ବ୍ୟାଙ୍କ ନିଫ୍ଟି ଇଣ୍ଡେକ୍ସ ୧୦୭ ଦଶମିକ ୪୫ ପଏଂଟ ବୃଦ୍ଧି ପାଇଁ ୪୭ ହଜାର ୪୨୧ରେ ଛୁଇଁଛି । ନିଫ୍ଟି୫୦ରେ ଏଚଡିଏଫସି ଲାଇଫ, ବାଜାଜ ଅଟୋ, ହିରୋ ମୋକୋକପ, ଏସବିଆଇ ଲାଇଫ କମ୍ପାନୀର ସେୟାର ମୂଲ୍ୟ ବୃଦ୍ଧି ପାଇଥିବା ଦେଖିବାକୁ ବଳିଛି । ଆଇଟିସି, ଟିସିଏସ୍ ଭଳି କମ୍ପାନୀଗୁଡିକର ସେୟାର ମୂଲ୍ୟ ବୃଦ୍ଧି ପାଇଛି । ସେୟାର ମାର୍କେଟରେ ବୃଦ୍ଧି ଯୋଗୁ ଘରୋଇ ଅର୍ଥନିତିରେ ବୃଦ୍ଧି ଘଟିବା ନେଇ ସେୟାର ମାର୍କେଟ ଆନାଲିଷ୍ଟମାନେ ଆକଳନ କରିଛନ୍ତି ।

Spread the love