ପନିର୍ ତାୱା ଫ୍ରାଏ

ଆବଶ୍ୟକ ସାମଗ୍ରୀ
ପନିର୍‌- ୨୦୦ ଗ୍ରାମ୍‌,
କର୍ଣ୍ଣଫ୍ଲୋର- ୨ ଚାମଚ,
ଗୋଲମରିଚ ଗୁଣ୍ଡ- ଏକ ଚାମଚ,
ଲଙ୍କା ଗୁଣ୍ଡ- ଏକ ଚାମଚ,
ଓରେଗାନୋ- ଅଧା ଚାମଚ,
ଚିଲି ସସ୍‌- ଦୁଇ ଚାମଚ,
ଅଦା ପେଷ୍ଟ- ୨ ଚାମଚ,
ରସୁଣ ପେଷ୍ଟ- ଦୁଇ ଚାମଚ,
ବଟର- ୨ ଚାମଚ,
ଲୁଣ- ସ୍ବାଦ ଅନୁସାରେ

ପ୍ରଣାଳୀ

ପ୍ରଥମେ ପନିର୍‌କୁ କାଟି ରଖନ୍ତୁ। ଏହା ପରେ ଏକ ପାତ୍ରରେ କର୍ଣ୍ଣଫ୍ଲୋର ନିଅନ୍ତୁ। ସେଥିରେ ଗୋଲମରିଚ ଗୁଣ୍ଡ, ନାଲି ଲଙ୍କା ଗୁଣ୍ଡ, ଅଦା ରସୁଣ ବଟା, ଚିଲି ସସ୍, ଲୁଣ, ଓରେଗାନୋ ଓ ଅଳ୍ପ ପାଣି ଦେଇ ଭଲଭାବେ ଗୋଳାନ୍ତୁ। ସେଥିରେ ପନିର୍‌କୁ ଗୋଳାଇ ଫ୍ରିଜ୍‌ରେ ୧୫-୨୦ ମିନିଟ୍ ରଖନ୍ତୁ। ଏହାପରେ ଚୁଲାରେ ତାୱା ବସାଇ ବଟର ଗରମ କରନ୍ତୁ। ମ୍ୟାରିନେଟ୍ ପନିରକୁ ଗୋଟିଏ ଗୋଟିଏ ତାୱାରେ ରଖି ଭାଜନ୍ତୁ। ଧିମା ଆଞ୍ଚରେ ପନିର୍‌ର ଦୁଇ ପାର୍ଶ୍ବକୁ ଭଲ ଭାବେ ଭାଜନ୍ତୁ। ଏହାକୁ ପୋଦିନା କିମ୍ବା ଧନିଆ ଚଟଣି ସହ ଗରମ ଗରମ ପରଷନ୍ତୁ।

Spread the love