ଜାଣତ ବା ଅଜାଣତରେ ଲୋକଙ୍କ ଭାବାବେଗ ସହିତ ନ ଖେଳିଲେ ଭଲ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଜଣାଶୁଣା ବ୍ଲଗର କାମିଆ ଜାନିଙ୍କ ଦ୍ବାରା ଶ୍ରୀକ୍ଷେତ୍ର ପରିକ୍ରମାକୁ ନେଇ ପ୍ରସ୍ତୁତ ଭିଡିଓକୁ ନେଇ ବିବାଦ ଲାଗି ରହିଛି। ଆଜି ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟ ରଖିଛନ୍ତି ଆଜି ଭୁବନେଶ୍ବର ବିମାନବନ୍ଦରରେ ଏହି ପ୍ରସଙ୍ଗରେ କହିଛନ୍ତି, ସବୁ ଓଡ଼ିଆ ଏବଂ ସନାତନୀମାନଙ୍କର ଶ୍ରଦ୍ଧାର କେନ୍ଦ୍ର ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ତେଣୁ ଜାଣତ ବା ଅଜାଣତରେ ମହାପ୍ରଭୁଙ୍କର ଆସ୍ଥା ଓ ମହାପ୍ରଭୁଙ୍କ ସହ ଯୋଡ଼ି ହୋଇ ରହିଥିବା ଓଡ଼ିଆଙ୍କ ଲୋକଙ୍କ ଭାବାବେଗ ସହିତ ନ ଖେଳିଲେ ଭଲ।ଏଣେ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି,ଓଡ଼ିଶାର ୮୦ ପ୍ରତିଶତ ଲୋକଙ୍କର ପ୍ରିୟ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ବିଜେପି ଓ ଏନଡିଏର ମୁକାବିଲା କରିବା ଲାଗି ବିରୋଧୀଙ୍କ ପାଖରେ ପ୍ରସଙ୍ଗ ନାହିଁ। ଓଡ଼ିଶାରେ ବିଜେପି ବଡ଼ ଦଳ ଭାବେ ଉଭା ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାର ସମସ୍ତ ବିଜେପି ବିଧାୟକ ଭେଟିଛନ୍ତି। ତାଙ୍କର ମାର୍ଗଦର୍ଶନରେ ଆମେ କାମ କରୁଛୁ। ବୁଥ୍ ସ୍ତରରେ ଆମେ ଦଳକୁ ମଜଭୁତ କରୁଛୁ। ମୋଦୀ ଗ୍ୟାରେଣ୍ଟିକୁ ଓଡ଼ିଶାରେ ଆମେ ଲୋକଙ୍କ ପାଖରେ ପହଞ୍ଚାଇବୁ। ଓଡ଼ିଶାରେ ଏକ କୋଟି ଘରେ ମୋଦୀଙ୍କ ବିକଶିତ ବାର୍ତ୍ତା ପହଞ୍ଚାଇବା। ଓଡ଼ିଶାରେ ମୋଦି ଗ୍ୟାରେଣ୍ଟିକୁ ଆଶ୍ୱସ୍ତ କରିବା ହିଁ ଲକ୍ଷ୍ୟ ସେହି କାମରେ ରାଜ୍ୟ ନେତାମାନେ ଲାଗିଛନ୍ତି। ଦେଶର ସବୁଠୁ ଲୋକପ୍ରିୟ ନେତା ନରେନ୍ଦ୍ର ମୋଦୀ। ଓଡ଼ିଶାରେ ବଡ଼ ଦଳ ରୂପେ ବିଜେପି ଉଭା ହୋଇ ସାରିଛି। ଆସନ୍ତା ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ବୁଥ ସ୍ତରରୁ ରାଜ୍ୟ ସ୍ତର ଯାଏଁ ରାଜ୍ୟ ରାଜନୀତି ଯାଏଁ ଆମର ଯାହା ଦାୟିତ୍ଵ ଅଛି ଆମେ କରୁଛୁ।

Spread the love