ହାଇଟେକ୍ ଡାକ୍ତରଖାନା ବିରୋଧରେ ଏତଲା ଦେଲେ ମୃତ ଦିଲ୍ଲୀପଙ୍କ ମାଆ ଓ ଏସି ଟେକ୍ନିସିଆନ ଆସୋସିଏସନ୍

ହାଇଟେକ୍ ବିସ୍ଫୋରଣକୁ ନେଇ ଥାନାରେ ଏତଲା ଦିଆଯାଇଛି । ହାଇଟେକ୍ ହସ୍ପିଟାଲ ବିରୋଧରେ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛନ୍ତି ମୃତ ଦିଲ୍ଲୀପ ସାମନ୍ତରାୟଙ୍କ ମାଆ ଅହଲ୍ୟା ସାମନ୍ତରାୟ ଓ ଏସି ଟେକ୍ନିସିଆନ ଆସୋସିଏସନ୍ । ମଞ୍ଚେଶ୍ୱର ଥାନା ଅଧିକାରୀଙ୍କୁ ଦିଆଯାଇଥିବା ଏତଲାରେ ଉଲ୍ଲେଖ ରହିଛି ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ତୃତୀୟ ମୃତ ବ୍ୟକ୍ତ ଜଣଙ୍କ ଦିଲ୍ଲୀପ ସାମନ୍ତରାୟ । ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତି ୩ଟାରୁ ୩ଟା ୩୦ ମଧ୍ୟରେ ଜୀବନ ଯାଇଛି । ଏନେଇ ହସ୍ପିଟାଲ କର୍ତୃପକ୍ଷ ସୂଚନା ଦେବା ପରେ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି । ଏବେ ବି ମୃତ୍ୟୁ ଦ୍ୱନ୍ଦ୍ୱ ଲାଗି ରହିଛି । ତେବେ ପରିଚୟ ପାଇଁ ମୃତଦେହର ହୋଇପାରେ ଡିଏନଏ ଟେଷ୍ଟ । ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି, ମରଶରୀର ପୋଲିସକୁ ହସ୍ତାନ୍ତର କରାଯିବ । ଡିଏନଏ ଟେଷ୍ଟ କରାଯାଇ ପରିଚୟ ସ୍ପଷ୍ଟ ହେଲା ପରେ ପରିବାରକୁ ଦିଆଯିବ ।

Spread the love