ଓଡ଼ିଶାରେ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର: ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ ସ୍ଥଗିତ, ସୂଚନା ଦେଲେ ପରିବହନ କମିଶନର। ପରିବହନ କମିଶନର ଅମିତାଭ ଠାକୁର କହିଛନ୍ତି, ଡ୍ରାଇଭର ସଂଘ ସହ ସରକାରଙ୍କ ଆଲୋଚନା ସଫଳ ହୋଇଛି। ସେମାନଙ୍କ ଅନେକ ଦାବି ରାଜ୍ୟ ସରକାର ପୂରଣ କରିଛନ୍ତି। ଡ୍ରାଇଭର କଲ୍ୟାଣ ବୋର୍ଡ ଗଠନ ହୋଇଛି। କଲ୍ୟାଣ ପାଣ୍ଠିରୁ ଦିଆଯିବାକୁ ଥିବା ଅର୍ଥରାଶିର ଚେକ ବଣ୍ଟନ କରାଯିବ ବୋଲି କହିଛନ୍ତି କମିଶନର। ଏଣୁ ପରିବହନ ବିଭାଗକୁ ସହଯୋଗ କରି ‌ସଂଘ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି। ଭାରତ ସରକାରଙ୍କ ସହ ସେମାନଙ୍କ ଆଲୋଚନା ଚାଲିଛି। ପରିବହନ କମିଶନର ଆହୁରି କହିଛନ୍ତି, ଏବେ ଡ୍ରାଇଭରମାନେ କାମକୁ ଯିବେ। ଆଗାମୀ ଘଣ୍ଟେ ଦୁଇଘଣ୍ଟା ଭିତରେ କାର୍ଯ୍ୟରେ ଯୋଗ ଦେବେ ଡ୍ରାଇଭର। ପରିବହନ ବ୍ୟବସ୍ଥା ସ୍ୱାଭାବିକ ହେବ। ଡ୍ରାଇଭର ଏକତା ମଞ୍ଚ ସହ ଆଲୋଚନା ପରେ ରାଜ୍ୟ ପରିବହନ କମିଶନର ଏହି  ସୂଚନା ଦେଇଛନ୍ତି।

Spread the love