ବିଲକିସ୍ ବାନୋ ମାମଲା: ଜାଣନ୍ତୁ କେତୋଟି ଗୁରୁତ୍ବପୂର୍ଣ୍ଣ କଥା

ନୂଆଦିଲ୍ଲୀ: ବିଲ୍‌କିସ୍‌ ବାନୋଙ୍କ ସହିତ ଦୁଷ୍କର୍ମ କରିବା ଓ ତାଙ୍କ ପରିବାରର ୭ଜଣ ଲୋକଙ୍କୁ ହତ୍ୟା କରି ଜେଲ୍‌ଦଣ୍ଡ ଭୋଗୁଥିବା ୧୧ଜଣ ଦୋଷୀଙ୍କୁ ମୁକ୍ତ କରିବା ଲାଗି ଗୁଜରାଟ ସରକାର ଦେଇଥିବା ଆଦେଶକୁ ଆଜି ସୁପ୍ରିମ୍‌ କୋର୍ଟ ରଦ୍ଦ କରିଛନ୍ତି।

ଚାଲନ୍ତୁ ଜାଣିବା ମାମଲା ସହ ଜଡ଼ିତ କିଛି ଗୁରୁତ୍ୱପୁଣ୍ଣ ତଥ୍ୟ:

ଜଷ୍ଟିସ୍ ବି.ଭି ନାଗରତ୍ନା ଓ ଜଷ୍ଟିସ୍ ଉଜ୍ଜ୍ବଳ ଭୁଇୟାଁଙ୍କ ଦ୍ବାରା ଗଠିତ ଏକ ଖଣ୍ଡପୀଠ ୧୧ଦିନର ଶୁଣାଣି ପରେ ବିଲିକିସ୍ ବାନୋ ଦୋଷୀଙ୍କ ଦଣ୍ଡାଦେଶ ଛାଡକୁ ଚ୍ୟାଲେଞ୍ଜ କରି ଗତବର୍ଷ ଅକ୍ଟୋବର ୧୨ତାରିଖରେ ରାୟକୁ ସଂରକ୍ଷିତ କରି ରଖିଥିଲେ। ସୁପ୍ରିମକୋର୍ଟ ରାୟ ସୁରକ୍ଷିତ ରଖି କେନ୍ଦ୍ର ଓ ଗୁଜୁରାଟ ସରକାରଙ୍କୁ ୧୬ ଅକ୍ଟୋବର ପର୍ଯ୍ୟନ୍ତ ୧୧ଜଣ ଦୋଷୀଙ୍କ ଦଣ୍ଡାଦେଶ ଛାଡର ମୂଳ ରେର୍କଡ ଜମା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତବର୍ଷ ସେପ୍ଟେମ୍ବରରେ ଏହି ମାମଲାର ଶୁଣାଣି କରି କୋର୍ଟ ପଚାରିଥିଲେ କି ଦୋଷାମାନଙ୍କର କ୍ଷମା ମାଗିବାର ମୌଳିକ ଅଧିକାର ଅଛି କି? ପୁର୍ବରୁ ହୋଇଥିବା ଶୁଣାଣି ସମୟରେ ସୁପ୍ରିମକୋର୍ଟ ଗୁଜୁରାଟ ସରକାରଙ୍କୁ କହିଥିଲେ ଯେ ଦୋଷୀମାନଙ୍କୁ ଦଣ୍ଡ ଛାଡ କରିବାରେ ରାଜ୍ୟ ସରକାରମାନେ ଚୟନମୂଳକ ଆଭିମୂଖ୍ୟ ଗ୍ରହଣ କରିବା ଉଚିତ୍ ନୁହେଁ । ପ୍ରତ୍ୟେକ କଏଦୀଙ୍କୁ ସୁଧାର ଓ ସମାଜରେ ପୁଣିଥରେ ଯୋଡ଼ି ହେବାର ସୁଯୋଗ ଦିଆଯିବା ଉଚିତ୍ ।

ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୌତ୍ର ଦୋଷୀମାନଙ୍କୁ ଦଣ୍ଡାଦେଶ ଛାଡ ଓ ସମୟ ପୂର୍ବରୁ ମୁକୁଳିବା ବିରୋଧରେ ଜନହିତ ମାମଲା ଦାୟର କରିଛନ୍ତି । ସାମ୍ପ୍ରଦାୟକ ଦଙ୍ଗା ସମୟରେ ଯେବେ ତାଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା ବିଲକିସ୍ ବୋନୋ ସେହି ସମୟରେ ୨୧ ବର୍ଷର ଥିଲେ ଓ ୫ ମାସର ଗର୍ଭବତୀ ମଧ୍ୟ ଥିଲେ । ଦଙ୍ଗା ସମୟରେ ପ୍ରାଣ ହରାଇଥିବା ପରିବାରର ୭ଜଣ ସଦସ୍ୟଙ୍କ ଭିତରେ ତାଙ୍କର ୩ ବର୍ଷର ଝିଅ ମଧ୍ୟ ଥିଲେ । ବିଲକିସ୍ ବାନୋଙ୍କ ଦୋଷୀଙ୍କୁ ଗୁଜୁରାଟ ସରକାର ପୂର୍ବବର୍ଷ ସ୍ୱାଧୀନତା ଦିବସରେ ଏକ ଅପ୍ରଚଳିତ ଆଇନ ସାହାଯ୍ୟରେ ମୁକ୍ତ କରିଥିଲେ । ଏହାକୁ ବିରୋଧୀ, ସମାଜକର୍ମୀ ଓ ନାଗରିକ ସମାଜ ନିନ୍ଦା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ଉପରେ ବିଲକିସ୍ ବାନୋ ବି କହଥିଲେ ଯେ ତାଙ୍କୁ ଦୋଷୀମାନଙ୍କୁ ମୁକ୍ତ କରାଯିବା ବିଷୟରେ କୌଣସି ସୂଚନା ଦିଆଯାଇନଥିଲା । ମୁକୁଳିବା ପରେ ବିଲକିସ୍ ବାନୋଙ୍କ ଦୋଷୀମାନଙ୍କୁ ହିରୋ ଭଳି ସ୍ୱାଗତ କରାଯାଇଥିଲା । ସେମାନଙ୍କ ଭିତରୁ କିଛି ବିଜେପି ସାଂସଦ, ବିଧାୟକଙ୍କ ସହ ମଞ୍ଚ ସେୟାର କରିଥିବା ଦେଖିବାକୁ ମିଳିଥିଲା।  ଦୋଷୀମାନଙ୍କ ଭିତରୁ ଜଣେ ରାଧେଶ୍ୟାମ ଶାହ ଆଇନ ଅଭ୍ୟାସ ମଧ୍ୟ ଆରମ୍ଭ କରି ଦେଇଥିଲେ, ଯାହାକୁ ଶୁଣାଣି ସମୟରେ ଅଦାଲତର ଧ୍ୟାନକୁ ଅଣାଯାଇଥିଲା।

ବିଲକିସ୍ ବାନୋଙ୍କ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କରାଯାଇଥିଲା । ଏଭଳି ପରିସ୍ଥିତିରେ ୧୪ବର୍ଷ ଜେଲ ଦଣ୍ଡ ପରେ ସେମାନଙ୍କୁ କିପରି ମୁକ୍ତ କରାଯାଇପାରିବ । ଅନ୍ୟ କଏଦୀମାନଙ୍କୁ କାହିଁକି ମୁକ୍ତି ମିଳୁନାହିଁ ବୋଲି ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ କହିଥିଲେ।

Spread the love