ଏଥର ଓଡିଶାରୁ କେହି ପାଇବେନି ରାଷ୍ଟ୍ରପତି ପୁଲିସ ପଦକ

ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ପୁଲିସ ମେଡାଲ ଘୋଷଣା ହୋଇଛି। ତିନୋଟି ବର୍ଗରେ ଓଡିଶାରୁ ମୋଟ୍ 29 ଜଣ ପୁଲିସ ମେଡାଲ ପାଇବେ। ସାହସିକତା ପାଇଁ 16 ଜଣ ପୁଲିସ କର୍ମଚାରୀ ମେଡାଲ ପାଇବେ। ବିଶିଷ୍ଟ ସେବା ପାଇଁ 2 ଜଣ ଏବଂ ଉଲ୍ଲେଖନୀୟ ସେବା ପାଇଁ 11 ଜଣ ମେଡାଲ ପାଇବେ। ଏଡିଜି ଆର୍.ପି କୋଚେ ଏବଂ ଭିଜିଲାନ୍ସ ଏଏସଆଇ ମନୋରଞ୍ଜନ ସାମଲଙ୍କୁ ବିଶିଷ୍ଟ ସେବା ପଦକ ପ୍ରଦାନ କରାଯିବ। ହେଲେ ଏଥର ଓଡିଶାରୁ କେହି ରାଷ୍ଟ୍ରପତି ପୁଲିସ ମେଡାଲ ପାଇବେ ନାହିଁ ବୋଲି ଜଣାପଡିଛି।

Spread the love