10 ଦେଶକୁ ବ୍ୟାପିଲାଣି ‘କରୋନା’ ଭାଇରସ, ଚାଇନାରେ 41 ମୃତ

ଭୟଙ୍କର ଭାବପେ ବ୍ୟାପିଚାଲିଛି  ‘କରୋନା’ ଭାଇରସ। ବିଶ୍ଵର 10ରୁ ଅଧିକ ଦେଶକୁ ବ୍ୟାପି ସାରିଲାଣି। ଆଗକୁ ଆହୁରି ଅଧିକ ଦେଶକୁ ଏହା ବ୍ୟାପିବା ଆଶଙ୍କା ପ୍ରକାଶ ପାଇଛି। କେତେକ ଦେଶରେ ସନ୍ଦିଗ୍ଧ ଆକ୍ରାନ୍ତଙ୍କ ବିଷୟରେ ମଧ୍ୟ ସୂଚନା ମିଳିଛି। ଏଥିରେ ଭାରତରେ 2 ସନ୍ଦିଗ୍ଧ ରହିଛନ୍ତି, ଯିଏକି ଏଥିରେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ଫ୍ରାନ୍ସ ଏବଂ ୟୁରୋପରେ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କରୋନା ଭୂତାଣୁ ବ୍ୟାପିବା ଉପରେ ରୋକ୍‌ ଲଗାଇବା ପାଇଁ ଚୀନ ନିଜର 15 ସହରର ସାଢ଼େ 4 କୋଟି ନାଗରିକଙ୍କ କୌଣସି ସ୍ଥାନକୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୪୧ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହାବ୍ୟତୀତ 962 ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା 4 ହଜାରରୁ ଅଧିକ ହୋଇପାରେ ବୋଲି ତେ​ବେ ଲଣ୍ଡନ ଏବଂ ଆମେରିକୀୟ ବିଶେଷଜ୍ଞମାନଙ୍କ କହିଛନ୍ତି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଚୀନର 15 ସହର ଉପରେ କଟକଣା ଲାଗୁ ହୋଇଛି, ଯେଉଁଠାରୁ କୌଣସି ନାଗରିକ ଅନ୍ୟତ୍ର ଯାତ୍ରା କରିପାରିବେ ନାହିଁ ବୋଲି ନିର୍ଦେଶ ଦିଆଯାଇଛି।

Spread the love