ବୁର୍ଲା ମେଡିକାଲରୁ ଡିସଚାର୍ଜ ହେବ ବିଜୟିନୀ

ବୁର୍ଲା ମେଡିକାଲରୁ ଡିସଚାର୍ଜ ହେବ ସମ୍ବଲପୁର ଲାରିପାଲି ବୋରୱେଲ ଭିତରୁ ଉଦ୍ଧାର ହୋଇ ଚିକିତ୍ସିତ ହେଉଥିବା ଶିଶୁ ବିଜୟିନୀ । ବିଜୟିନୀଙ୍କୁ ପ୍ରଶାସନ ନିଜ ହେପାଜତକୁ ନେବ । ୩ ମାସ ପର୍ଯ୍ୟନ୍ତ ବିଜୟିନୀ ଛଚାନପାଲିରେ ଥିବା ବାଲ ନିକେତନରେ ରହିବ । ଏନେଇ ସୂଚନା ଦେଇଛନ୍ତି ଭୀମସାର କତୃପକ୍ଷ ।
୧୧ ଦିନ ଧରି ବୁର୍ଲା ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବିଜୟିନୀ । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ବିଜୟିନୀଙ୍କ ଚିକିତ୍ସା କରୁଥିଲେ । ଏବେ ପିଲାଟି ସୁସ୍ଥ ଥିବାବେଳେ ତାର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ହୋଇଛି । ଶିଶୁର ଓଜନ ବୃଦ୍ଧି ପାଉଛି । ଡିସେମ୍ବର ୧୨ ତାରିଖରେ ପିଲାଟି ଲାରିପାଲି ଜଙ୍ଗଲରେ ଥିବା ଏକ ବୋରୱେଲ ଭିତରୁ ଉଦ୍ଧାର ହୋଇଥିଲା । ଅଗ୍ନିଶମ ବିଭାଗ ଓ ପୁଲିସ ଉଦ୍ଧାର କରିଥିଲେ ।

Spread the love