ନାସିକରେ ମୋଦୀ କଲେ ବିଶାଳ ରୋଡ ସୋ

ମହାରାଷ୍ଟ୍ର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମେ ନାସିକରେ ବିଶାଳ ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିବା ପରେ ରାମ କଥା କୁଣ୍ଡ ଓ କଳାମନ୍ଦିର ଯାଇ ପୂଜାର୍ଚ୍ଚାନ କରିଛନ୍ତି ପ୍ରଧାନମନ୍ତ୍ରୀ । ମନ୍ଦିରର ଠାକୁରଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବା ସହ ଭକ୍ତଙ୍କ ମେଳରେ ବସି ନାମ ସଂକୀର୍ତ୍ତର୍ନ କରିଛନ୍ତି ।

ଏହାପରେ ମୁମ୍ବାଇ ଯାଇ ଦେଶର ଦୀର୍ଘତମ ଟ୍ରାନ୍ସ ହାର୍ବର ଲିଙ୍କ୍ ବା ଅଟଳ ସେତୁର ଲୋକାର୍ପଣ କରିବେ । ଏହି ପୋଲ ଦ୍ୱାରା ମୁମ୍ବାଇ ଏବଂ ନଭି ମୁମ୍ବାଇ ମଧ୍ୟରେ ଯାତ୍ରା ସମୟ ପ୍ରାୟ ୨ ଘଂଟାରୁ ପ୍ରାୟ ୨୦ ମିନିଟକୁ ହ୍ରାସ ପାଇବ । ଅର୍ଥାତ୍ ଏହି ସେତୁ ଉଦଘାଟନ ପରେ ଏବେ ଦକ୍ଷିଣ ମୁମ୍ବାଇରୁ ନଭି ମୁମ୍ବାଇରେ ପହଂଚିବାକୁ ମାତ୍ର ୨୦ ମିନିଟ୍ ସମୟ ଲାଗିବ । ଶନିବାରଠାରୁ ଏହି ପୋଲ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ । ୨୦ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁରେ ଦୈନିକ ୭୦ ହଜାର ଯାନବାହନ ଚଳାଚଳ କରିପାରିବେ । ଏହାଦ୍ୱାରା କେବଳ ଯାତ୍ରୀଙ୍କ ଯାତ୍ରା ଦୂରତା ଓ ସମୟ କମିବ ନାହିଁ ବରଂ ସାମୁଦ୍ରିକ ସେତୁ ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ ବୋଲି ଆଶା କରାଯାଉଛି । ପ୍ରଥମେ ନାସିକ ପହଂଚି ମହାରାଷ୍ଟ୍ର ମୁଖ୍ୟ ଓ ଉମୁଖ୍ୟମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ରୋଡ କରିଥିଲେ ପ୍ରଧାନମନ୍ତ୍ରୀ ।

Spread the love