ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜଗନ୍ନାଥ ମୟ ହେଲା ସହରରୁ ଗାଁ

ଜୟପୁର: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ୧୭ ତାରିଖରେ ଲୋକାର୍ପଣ ହେବ। ଏଥି ପାଇଁ ଜୟପୁର ସହରର ସମସ୍ତ ୱାର୍ଡରେ ବୁଲୁଛି ୨ଟି ଅର୍ପଣ ରଥ। ଆସନ୍ତା କାଲି  ପର୍ଯ୍ୟନ୍ତ ଜୟପୁର ପୌରପାଳିକାର ସମସ୍ତ ସାହିରେ ବୁଲି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବ ପରିକ୍ରମ ପ୍ରକଳ୍ପ ଅର୍ପଣ ରଥ। ଜୟଜଗନ୍ନାଥ ନାମ ଧ୍ବନି ସହ ନାମସଂକୀର୍ତ୍ତନ ସହ ରଥ ବୁଲୁଛି। ଆଜି ଦୁଇଟି ରଥ  ୱାର୍ଡ ନଂ ୭,୮,୯, ୨୦ ଓ ୨୧ରେ ବୁଲିଥିଲା। ସଂଧ୍ୟାରେ ସଂଗୃହୀତ ଗୁଆ ଓ ଚାଉଳ ଆଦିକୁ ବାଙ୍କମଠ ପରିସରରେ ରଖାଯାଉଛି। ଆସନ୍ତାକାଲି ଜୟପୁର ପୌରପାଳିକାର ୱାର୍ଡ ନଂ ୪, ୫,୬ ଓ୧୬ରେ ବୁଲିବ ବୋଲି ସୂଚନା ମିଳିଛି।

ଅର୍ପଣ ରଥ ପୌର ଅଧ୍ୟକ୍ଷ ‌ନରେନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷା ବି.ସୁନିତା,  ବିଜେଡି ନେତ୍ରୀ ଡଃ.ଇନ୍ଦିରା ନନ୍ଦ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ବିନ୍ଦୁ ରାଣୀ ମିଶ୍ର, ଡ.ଗାୟତ୍ରୀ ଦେବୀ, କାଉନସିଲର ଉର୍ମିଳା ମହାଙ୍କୁଡ, ଅନିତା ରାୟ, ସୁଷମା ମହାପାତ୍ର, ଗୋପୀନାଥ ମହାନ୍ତି, ଅଜିତ ବେହେରା, ବାବୁ ବିଷୋଇ, ଯଶପାଲ ସିଂ, ବି.ବିଷ୍ଣୁବର୍ଦ୍ଦନ ରେଡ୍ଡୀ, ପାର୍ଥ ସାରଥୀ ମଲ୍ଲୀକ, ଦେବେନ୍ଦ୍ର କୁମାର ଚୌଧୁରୀ, ଏ.ଭଦ୍ରବେଣୀ, ଦେବଶ୍ରୀ ନାୟକ, ଧନିମା ହରିଜନ ପ୍ରମୁଖ କାଉନସିଲର ଓ ପୌରପାଳିକାର କର୍ମଚାରୀ ମାନେ ବୁଲୁଥିବା ଦେଖିବାକୁ ମିଳିଛି। ପ୍ରସାଦରାଓ ପେଟାର ନୀଳକଣ୍ଠନଗର ଅଂଚଳବାସିନ୍ଦା ରଥକୁ ଅପେକ୍ଷା କରିଥିଲେ ହେଁ ରଥ ଯାଇନଥିବା ଅଭିଯୋଗ କରିଛନ୍ତି ସାହିବାସିନ୍ଦା ରାମନାଥ ତ୍ରିପାଠୀ। ଏହା ଅଂଚଳବାସୀଙ୍କୁ ଖୁବ ବାଧିଥିବା ଜଣାଇଛନ୍ତି।

ସେଭଳି ଆଜି  ଜୟପୁର ବ୍ଲକ କାର୍ଯ୍ୟକ୍ରମ ସମାପନ ହୋଇଛି। ୨୨ଟି ପଂଚାୟତକୁ ୫ଟି ରଥ ପରିକ୍ରମା କରିଥିଲା। ଆଜି ପାମ୍ପୁଣୀ, ଜାମୁଣ୍ଡା, ଜୟନ୍ତଗିରୀ, କାଳିଆଗାଁ, ଓ କୁମୁଲିପୁଟ ପଂଚାୟତରେ ରଥ ବୁଲିଥିଲା। ବିଡିଓ ଶକ୍ତି ପ୍ରସାଦ ମହାପାତ୍ର, ବ୍ଲକ ଅଧ୍ୟକ୍ଷା ତ‌ିଳୋତ୍ତମା ମୁଦୁଲି, ଜିଲ୍ଲାପରିଷଦ ସଭ୍ୟା ଆସ୍ଥା ନାୟକ, ତପତି ପଟ୍ଟନାୟକ, ରଶ୍ମି ରଥ , ପୂର୍ବତନ ଜିଲ୍ଲାପରିଷଦସଭ୍ୟା  ବିନ୍ଦୁ ରାଣୀ ମିଶ୍ର , ଏବିଡିଓ ମନୋଜ କୁମାର ନାୟକ, ବିଏସଏସଓ କେ.ଏସ ନିଶା, ଜୀବିକା ମିଶନର ନମିତା ତ୍ରିପାଠୀ  , ମିଶନଶକ୍ତିର ସ୍ବାତୀ ପଟ୍ଟନାୟକ, ସିଡିପିଓ ସୁଚେତା ପଣ୍ଡା, ଜିପିଇଓ ଶ୍ରୀନିବାସ ପଟ୍ଟନାୟକ, ରମଣି ରଂଜନ ତ୍ରିପାଠୀ, ସନାତନ ପଣ୍ଡା, ଅହରି ଜାନୀ, ଜୟଶ୍ରୀ ନାୟକ, ଶିବ ପଣ୍ଡା, କୃଷ୍ଣ ପାତ୍ର, ଶିବୁ ନାୟକ, ନବୀନ ନାୟକ, ତୃପ୍ତି କନ୍ଦପାନ, ଚନ୍ଦ୍ର ମହାପାତ୍ର, ଜିଆରଏସ୍ ରାଧେଶ୍ୟାମ ସାହୁ ଙ୍କ ସହ ବ୍ଲକ କର୍ମଚାରୀ ମାନେ ସହଯୋଗ କରିଥିଲେ। ସହର ଓ ବ୍ଲକରେ ମହିଳା ଏସଏଚଜି ଗୃପର ସଦସ୍ୟା ମାନେ ସକ୍ରିୟ ଭାବେ ଭାଗ ନେଇଥିଲେ।

Spread the love