ଏଥର ପୁଣି ନବୀନ, ସର୍ଭେ ରିପୋର୍ଟ

ନିର୍ବାଚନ ଯେତିକି ପାଖେଇ ଆସୁଛି ,  ନେତାଙ୍କ ହୃତସ୍ପନ୍ଦନ ବଢିବାରେ ଲାଗିଛି । ଚଳିତବର୍ଷ ରାଜ୍ୟରେ ବିଧାନସଭା ସହ ଲୋକସଭା ନିର୍ବାଚନ ହେବ । ପ୍ରଶ୍ନ ଉଠୁଛି କାହା ଭାଗରେ କେତେ ଆସନ ପଡିବ । ଦୈନିକ ଇଂରାଜୀ ଖବରକାଗଜ ଡେକାନ କ୍ରନିକଲର ସର୍ଭେ ଅନୁସାରେ, ବର୍ତମାନ ନିର୍ବାଚନ ହେଲେ ରାଜ୍ୟର 21ଟି ଲୋକସଭା ଆସନ ମଧ୍ୟରୁ ଶାସକ ବିଜେଡିକୁ 16ରୁ 18, କଂଗ୍ରେସ ଓ ବିଜେପିକୁ ଗୋଟିଏରୁ 2ଟି ଲେଖାଁଏ ସିଟ ମିଳିପାରେ ।

ଗତ ନିର୍ବାଚନରେ ରାଜ୍ୟରେ ମୋଦି ହାୱା କାମ କରିନଥିଲା । ବିଜେଡି 20 ଆସନ ପାଇଥିବା ବେଳେ ବିଜେପିକୁ ମିଳିଥିଲା ମାତ୍ର ଗୋଟିଏ ଲୋକସଭା ଆସନ । ସର୍ଭେରେ ଆହୁରି କୁହାଯାଇଛି ଯେ, ଆସନ୍ତା ନିର୍ବାଚନରେ ଓଡିଶାରେ ନବୀନ ପଟ୍ଟନାୟକ 2014 ଭଳି ସଫଳତା ପାଇନପାରିଲେ ମଧ୍ୟ ସବୁଠାରୁ ଅଧିକ ଲୋକପ୍ରିୟ ନେତା ରହିବେ । ଆସନ ସଂଖ୍ୟା କମିପାରେ । ସେହିଭଳି ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଲଢିବା ଚର୍ଚ୍ଚା ହେଉଛି । କିନ୍ତୁ ଏହାର ସୀମିତ ପ୍ରଭାବ ଓଡିଶାରେ ପଡିପାରେ ବୋଲି ସର୍ଭେରେ କୁହାଯାଇଛି ।

Spread the love